Advertisment

ବୁଲିବାକୁ ଯାଉଥିଲେ ୪ ସାଙ୍ଗ; ଗଛରେ ପିଟିହେଲା କାର୍

ଗତକାଲି ରାତିରେ ୪ ଜଣ ସାଙ୍ଗ କାର୍‌ ଯୋଗେ ବୌଦ୍ଧରୁ ଫୁଲବାଣୀ ଅଭିମୁଖେ ଯାଉଥିଲେ।

Accident

Accident

Advertisment

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ୪ ଜଣ ସାଙ୍ଗ ଆହତ ହୋଇଛନ୍ତି। ବୌଦ୍ଧ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଗେଟାମୁଣ୍ଡା ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ଶ୍ରୀରାମ ଅଗ୍ରୱାଲ,କ୍ରିସ୍ ଅଗ୍ରୱାଲ, ଧ୍ରୁବ ସାହୁ ଓ ରୋହିତ ସାହୁ।

Advertisment

ଗତକାଲି ରାତିରେ ୪ ଜଣ ସାଙ୍ଗ କାର୍‌ ଯୋଗେ ବୌଦ୍ଧରୁ ଫୁଲବାଣୀ ଅଭିମୁଖେ ଯାଉଥିଲେ। କନ୍ଧମାଳ ସୀମାନ୍ତ ଘୋଡାଡିଆଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ୪ ଜଣ ସାଙ୍ଗ ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident Bodha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe