/odisha-reporter/media/post_attachments/uploadimage/library/16_9/16_9_0/IMAGE_1709702550.jpg)
Road Accident
କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଗୋଲେଇ ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ଯାତ୍ରୀବାହୀ ବସ୍ ପଛପଟୁ ଧକ୍କା ଦେବାରୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ଯାତ୍ରୀବାହୀ ବସ୍ଟି ୪୦ ଜଣ ଯାତ୍ରୀଙ୍କୁ ନେଇ କଟକରୁ ନରସିଂହପୁର ଅଭିମୁଖେ ଯାଉଥିଲା। ଗୋଲେଇ ଛକ ନିକଟରେ ବସ୍ଟି ଏକ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିଲେ।
ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ହାଇୱା ଡ୍ରାଇଭରର କିଛି ହୋଇନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
