Advertisment

ଗାଈକୁ ଧକ୍କା ଦେଇ ଦୋକାନ ଭିତରେ ପଶିଗଲା ସ୍କର୍ପିଓ

ଦୁର୍ଘଟଣାରେ ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।

author-image
Tapaswini Nayak
Road Accident

Road Accident

ଗାଈକୁ ଧକ୍କା ଦେଇ ସଟର ଭାଙ୍ଗି ଦୋକାନ ଭିତରେ ପଶିଗଲା ସ୍କର୍ପିଓ। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସଷ୍ଟାଣ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତ ରାତି ପ୍ରାୟ୧ଟା ସମୟରେ ଏକ ସ୍କର୍ପିଓ ଦ୍ରୁତ ଗତିରେ ଆସି ପ୍ରଥମେ ଗାଈକୁ ଧକ୍କା ଦେଇଥିଲା। ପରେ ରାସ୍ତାକଡ଼ରେ ଥିବା କପଡ଼ା ଦୋକାନରେ ସଟର ଭାଙ୍ଗି ଭିତରକୁ ପଶିଯାଇଥିଲା। ଦୁର୍ଘଟଣାରା ସ୍କର୍ପିଓରେ ଥିବା ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଗାଈର ମୃତ୍ୟୁ ଘଟିଛି। 

ଦୁର୍ଘଟଣା ସମୟରେ ଦୋକାନ ଭିତରେ କେହି ନଥିଲେ। ଦୁର୍ଘଟଣାରେ ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Kalahandi Road Accident