/odisha-reporter/media/post_attachments/uploadimage/library/16_9/16_9_0/Accident_1698207467.jpg)
Accident
ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ରାଜପୁର ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
Advertisment
ମୃତକଙ୍କ ମଧ୍ୟରେ କମଳାମାଲ ଗାଁର ୨ ଜଣ ଥିବା ବେଳେ ଭୀମାପଦର ଗାଁର ଜଣେ ଓ ଭଇଁଷାଦରହ ଗାଁର ଜଣେ ଅଛନ୍ତି।
ମୃତାହତମାନେ ଗତକାଲି ବିଳମ୍ବିତ ଦଶହରା ପୂଜା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିବା ବେଳେ ଏହି ଘଟଣା ଘଟିଥିଳା। ସିନାପାଲି ଆଡୁ ଗୋଟିଏ ବାଇକରେ ୪ ଜଣ ଆସୁଥିଲେ ଓ ବୋଡେନରୁ ସିନାପାଲି ଆଡ଼କୁ ଆଉ ଗୋଟିଏ ବାଇକରେ ୩ ଜଣ ଯାଉଥିଲେ। ଏହି ସମୟରେ ବିଜୁ ଏକ୍ସପ୍ରେସ ୱେର ରାଜପୁର ଗାଁନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୩ ଜଣ ଗୁରୁତରଙ୍କୁ ବୋଡ଼େନ ଓ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
