Advertisment

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ, ଜଣେ ଗୁରୁତର

ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident

Accident

ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ତିଗିରିଆ ଥାନା ନୂଆସଡ଼କ ଛକରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ମୃତକମାନେ ହେଲେ ବିନ୍ଧାଣିମାର ଚନ୍ଦନ ଖଟୁଆ, ସୁବାସ ବେହେରା, ବାଣେଶ୍ୱରପଡ଼ାର ବାବୁଲି ରାଉତ ଓ ଅଭିମାନପୁରର ସିଲୁ ପୁଷ୍ଟି। ଗୁରୁତର ଆହତ ଜଣଙ୍କ ହେଉଛନ୍ତି ନୂଆପାଟଣାର ଦୀପକ ସାହୁ। ଏହି ୫ ଜଣ ଯାକ ସାଙ୍ଗ ଓ ସେମାନେ ବୁଲିବାକୁ ଆସିଥିଲେ। 

ଦୁର୍ଘଟଣା ପରେ ସମସ୍ତେ କାର ଭିତରେ ଚାପିହୋଇ ରହିଥିଲେ। ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କୁ ଆଠଗଡ଼ ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଦୀପକ ସାହୁଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

Advertisment

ତିଗିରିଆ ଥାନା ଅଧିକାରୀ କହିଛନ୍ତି, ଏହି ଯୁବକମାନେ ସାଙ୍ଗ ଥିଲେ। ସେମାନେ ଆଜି ବୁଲାବୁଲି କରିବାକୁ ବାହାରିଥିଲେ। ଅଂଶୁପା ଆଡ଼େ ମଧ୍ୟ ଯାଇଥିଲେ। ତେବେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନକୁ ବୁଲିବାକୁ ଯାଉଥିଲେ ନା ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ। ସେହିପରି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରାଯାଇ, ଘଟଣାର ତଦନ୍ତ କରାଯାଉଛି। 

Accident Road Accident