Advertisment

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟି ହୋଇ ଓଭରବ୍ରିଜରୁ ଓଲଟିଲା କାର୍-ଟ୍ରକ୍; ୪ ମୃତ

ଓଭରବ୍ରିଜ୍ ଉପରେ ପଛକୁ ପଛ ପିଟି ହୋଇ ତଳକୁ ଖସିପଡିଛି ଚାରୋଟି ଗାଡି।

Road Accident

Road Accident

Advertisment

ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା। ଓଭରବ୍ରିଜ୍ ଉପରେ ପଛକୁ ପଛ ପିଟି ହୋଇ ତଳକୁ ଖସିଲା ଚାରୋଟି ଗାଡି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି, ଯାହା ଅତ୍ୟନ୍ତ ଭୟାନକ।

Advertisment

ଘଟଣାସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ ଅନୁସାରେ, ଏକ ଟ୍ରକ୍ ଦ୍ରୁତଗତିରେ ଆସି ଅନ୍ୟ ଏକ ଟ୍ରକକୁ ପଛରୁ ଧକ୍କା ଦେଉଛି। ଫଳରେ ଟ୍ରକଟି ନିୟନ୍ତ୍ରଣ ହରାଇ ବ୍ରିଜର ବାଡାରେ ଘଷି ହୋଇ ତଳକୁ ଖସି ପଡୁଛି। ଏହି ସମୟରେ ଅନ୍ୟ ଦୁଇ କାର୍ ଉପରେ ମଧ୍ୟ ମାଡିଯାଉଛି ଟ୍ରକ୍। ଏଥିରେ ଏକାଧିକ ପରେ ପଛକୁ ପଛ ପିଟି ହୋଇ ତଳକୁ ଖସି ପଡୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିବା ସହ ଆଠ ଜଣ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯିବାରୁ ଆକାଶ ଧୂଆଁମୟ ହୋଇଯାଇଛି, ରାସ୍ତାର ଉଭୟ ପାର୍ଶ୍ୱରେ ମଧ୍ୟ ଗାଡି-ମୋଟର ଅଟକି ରହିଛି।

Advertisment

ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟଲିନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ 2 ଲକ୍ଷ ଏବଂ ଆହତଙ୍କୁ 50 ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି।

Tamil Nadu Accident Accident In Tamil Nadu Truck Collides In Over Bridge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe