Advertisment

ଘାଟିରୁ ଖସି ପଡ଼ିଲା ପିକ୍‌ଅପ୍‌, ଡିଭାଇଡରରେ ପିଟିହେଲେ ସ୍କୁଟି

ଆଜି ରାତିରେ ଏପରି ଭୟଙ୍କର ଦୁର୍ଘଟଣା ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

ପହିଲି ହଜର ପୂର୍ବ ସନ୍ଧ୍ୟାରେ ଘଟିଛି ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଉ ଚାଲିଗଲା ୪ ଜୀବନ। ଆଜି ରାତିରେ ଏପରି ଭୟଙ୍କର ଦୁର୍ଘଟଣା ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ଆଜି ସକାଳେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡା ଅଞ୍ଚଳର କୁରେଶୁ ବାଡ଼ତ୍ୟା, ସୁଧାଂଶୁ ସାହୁ ଓ ଅନ୍ୟ ଜଣେ ଆମ୍ୱ ଆଣିବା ପାଇଁ ଗଜପତି ଯାଇଥିଲେ। ସେଠାରୁ ଏକ ପିକ୍‌ଅପ୍‌ରେ ଆମ୍ୱ ବୋଝେଇ କରି ସନ୍ଧ୍ୟାରେ ଗଞ୍ଜାମ ଫେରିଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ପାତ୍ରପୁର ବ୍ଲକ୍‌ ତୁରୁବୁଡି-ହେନ୍ଦ୍ରଗଡ଼ ରାସ୍ତାର କାନକଟା ଘାଟିରେ ଆମ୍ୱ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସମସ୍ତେ ଗାଡ଼ି ଚଳେ ଚାପି ହୋଇ ଯାଇଥିଲେ।

ରାତିର ଅନ୍ଧକାର ଭିତରେ ସ୍ଥାନୀୟ ଲୋକେ କୁରେଶ ଓ ଅନ୍ୟ ଜଣଙ୍କୁ ଉଦ୍ଧାର କରି ତୁରିବୁଡି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ କୁରେଶୁ ବାଡ଼ତ୍ୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ସେପଟେ ସୁଧାଂଶୁଙ୍କ ମୃତଦେହକୁ ଗାଡ଼ି ଭିତରୁ ବାହାର କରାଯାଉଛି।

Advertisment

ଅନ୍ୟପକ୍ଷରେ ରାୟଗଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ରାତି ପ୍ରାୟ ୮ଟା ବେଳେ କଲ୍ୟାଣସିଂହପୁର ଥାନା ପାଣ୍ଡରାପଡ଼ା ଗାଁର ପୁରେନ୍ଦ୍ର ମହାନନ୍ଦିଆ ଓ ଜଣେ ମହିଳା ସ୍କୁଟିରେ ଜେକେପୁରରୁ ରାୟଗଡ଼ା ଅଭିମୁଖେ ଯାଉଥିଲେ। ହେଲେ ଭାକୁରଗୁଡ଼ା ନିକଟରେ ସେମାନଙ୍କ ସ୍କୁଟ ଡିଭାଇଡରରେ ବାଡେଇ ଯାଇଥିଲେ। ଯେଉଁଥିପାଇଁ ଉଭୟ ଛିଟିକି ହୋଇ ରାସ୍ତାରେ ପଡ଼ିଛି। ଠିକ୍‌ ସେହି ସମୟରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଉଭୟ ଏକ ଏନ୍‌ଜିଓରେ ଚାକିରି କରୁଥିଲେ। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ଦିଗପହଣ୍ଡିରୁ ସତ୍ୟ ପାଢ଼ୀ ଓ ରାୟଗଡ଼ାରୁ ମାଉଡି ବାରିକ

Ganjam Accident Raygada