Advertisment

ତେଲେଙ୍ଗାନାରେ ଟ୍ରକ୍‌କୁ ପିଟିଲା ବସ୍‌, ୪ ଓଡ଼ିଆ ମୃତ

ଏକ ଟ୍ରକ୍‌ ପଛରେ ଏକ ବସ୍‌ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।

Accident

Accident

Advertisment

ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଏକ ବସ୍‌ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।

Advertisment

କଳାହାଣ୍ଡି ସିନାପାଲିରୁ ୩୨ ଜଣ ଶ୍ରମିକଙ୍କୁ ନେଇ ଗତକାଲି ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା ବସ୍‌ । ବସ୍‌ଟି ରାତି ପ୍ରାୟ ୩ଟା ସମୟରେ ସୂର୍ଯ୍ୟାପେଟ-ଖମାମ ରାସ୍ତା ଅତିକ୍ରମ କରୁଥିଲା। ଉକ୍ତ ସମୟରେ ରାସ୍ତା ଉପରେ ଏକ ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ଦ୍ରୁତଗାମୀ ବସ୍‌ଟି ତାହାକୁ ପଛ ପଟୁ ପିଟିଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍‌ ଡ୍ରାଇଭର, ୨ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକ ଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ଆଉ କିଛି ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

Advertisment
Malkangiri Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe