ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ସୁବର୍ଣ୍ଣରେଖା କେନାଲରେ ବୁଡ଼ିଗଲେ ୪ଜଣ ଛାତ୍ର। ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ। ୨ ଜଣ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ଛାତ୍ର ନିଖୋଜ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।
ନିଖୋଜ ଜଣେ ଛାତ୍ରଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦ ପୁରରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ସାରସ କଣାର ବୋଲି ଜଣାଯାଇଛି।ଛାତ୍ରମାନେ ଆଦର୍ଶ ବିଦ୍ୟାଳୟରରେ ପାଠ ପଢ଼ୁଥିବା ବେଳେ ଏକ ଘରୋଇ ହଷ୍ଟେଲରେ ରହୁଥିଲେ ବୋଲି ଜଣାଯାଇଛି। ସମସ୍ତ ଛାତ୍ର ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଜଣାଯାଇଛି।
ହଷ୍ଟେଲରେ ଗଣେଶ ପୂଜା ହୋଇଥିଲା। ଆଜି ଦିନ ପ୍ରାୟ ୧୦ଟା ସମୟରେ ୪ ଜଣ ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଲକ୍ଷ୍ମୀପୋଷିରେ ସୁବର୍ଣ୍ଣରେଖା କେନାଲକୁ ଆସିଥିଲେ। ଏହି ସମୟରେ ଆସାବଧାନତା କାରଣରୁ ୪ ଜଣ ଛାତ୍ର ବୁଡ଼ି ଯାଇଥିଲେ। ସେଠାରେ ଥିବା ସ୍ଥାନାୟ ଲୋକେ ୨ ଜଣଙ୍କୁ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଛାତ୍ରଙ୍କର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ନିଖୋଜ୨ ଛାତ୍ରଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।