Advertisment

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୪ ଛାତ୍ର; ୨ ଜଣଙ୍କର ମିଳୁନି ପତ୍ତା

ଛାତ୍ରମାନେ ଆଦର୍ଶ ବିଦ୍ୟାଳୟରରେ ପାଠ ପଢ଼ୁଥିବା ବେଳେ  ଏକ ଘରୋଇ ହଷ୍ଟେଲରେ ରହୁଥିଲେ ବୋଲି ଜଣାଯାଇଛି।

ଅଦ୍ୟତନ ହୋଇଛି
student Drowed

student Drowed

Advertisment

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ସୁବର୍ଣ୍ଣରେଖା କେନାଲରେ ବୁଡ଼ିଗଲେ ୪ଜଣ ଛାତ୍ର। ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ। ୨ ଜଣ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ଛାତ୍ର ନିଖୋଜ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

Advertisment

ନିଖୋଜ ଜଣେ ଛାତ୍ରଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦ ପୁରରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ସାରସ କଣାର ବୋଲି ଜଣାଯାଇଛି।ଛାତ୍ରମାନେ ଆଦର୍ଶ ବିଦ୍ୟାଳୟରରେ ପାଠ ପଢ଼ୁଥିବା ବେଳେ ଏକ ଘରୋଇ ହଷ୍ଟେଲରେ ରହୁଥିଲେ ବୋଲି ଜଣାଯାଇଛି। ସମସ୍ତ ଛାତ୍ର ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଜଣାଯାଇଛି। 

ହଷ୍ଟେଲରେ ଗଣେଶ ପୂଜା ହୋଇଥିଲା। ଆଜି ଦିନ ପ୍ରାୟ ୧୦ଟା ସମୟରେ ୪ ଜଣ ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଲକ୍ଷ୍ମୀପୋଷିରେ ସୁବର୍ଣ୍ଣରେଖା କେନାଲକୁ ଆସିଥିଲେ। ଏହି ସମୟରେ ଆସାବଧାନତା କାରଣରୁ ୪ ଜଣ ଛାତ୍ର ବୁଡ଼ି ଯାଇଥିଲେ। ସେଠାରେ ଥିବା ସ୍ଥାନାୟ ଲୋକେ ୨ ଜଣଙ୍କୁ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ  ଅନ୍ୟ ୨ ଛାତ୍ରଙ୍କର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ନିଖୋଜ୨ ଛାତ୍ରଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। 

Advertisment
Baripada Students Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe