Advertisment

ରାତିରେ ଘରେ ଶୋଇଥିଲେ ଭାଇ ଓ ଭଉଣୀ; କାମୁଡ଼ି ଦେଲା ସାପ

ଭାଇ ଓ ଭଉଣୀଙ୍କୁ ସାପ କାମୁଡ଼ି ଥିବା ସନ୍ଦେହ କରି ବଣାଇ ମେଡ଼ିକାଲ୍‌ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଦୀପଙ୍କ ମୃତ୍ୟୁ ଘଟିଥିଲା। ଆଉ ଆଲିଶାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା।

Child

Child

Advertisment

ରାତିରେ ଖାଇପିଇ ଘରେ ଶୋଇଥିଲେ ଭାଇ ଓ ଭଉଣୀ। ହେଲେ ବିଳମ୍ୱିତ ରାତିରେ କାମୁଡ଼ିଦେଲା ପିଷାକ୍ତ ସାପ। ବୁଧବାର ବିଳମ୍ୱିତ ରାତିରେ ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି। ସାପ କାମୁଡ଼ାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ମେଡ଼ିକାଲ୍‌ ବେଡ୍‌ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।

Advertisment

ସବୁଦିନ ପରି ବୁଧବାର ରାତିରେ ବଣାଇ ଥାନାର କଟୁରିଧୁଆ ଗାଁର ସୁନୀଲ ଓରାମଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ। ହେଲେ ବିଳମ୍ୱିତ ରାତିରେ ତାଙ୍କ ୪ ବର୍ଷର ପୁଅ ସନ୍ଦୀପ ଓରାମ ଓ ୧୨ ବର୍ଷର ଝିଅ ଅଲିଶା ଓରାମ କାନ୍ଦିଥିଲେ। ଭାଇ ଓ ଭଉଣୀଙ୍କ କାନ୍ଦ ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ସେମାନେ ପ୍ରଥମେ କିଛି ବୁଝି ପାରିନଥିଲେ। ପରେ ଘର ଭିତରେ ଗୋଟିଏ ବିଷାକ୍ତ ସାପ ବାହାରିଥିଲା। ତେଣୁ ପରିବାର ଲୋକଙ୍କ ମନରେ ସନ୍ଦେହ ବଢ଼ିଥିଲା।

ଭାଇ ଓ ଭଉଣୀଙ୍କୁ ସାପ କାମୁଡ଼ି ଥିବା ସନ୍ଦେହ କରି ବଣାଇ ମେଡ଼ିକାଲ୍‌ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଦୀପଙ୍କ ମୃତ୍ୟୁ ଘଟିଥିଲା। ଆଉ ଆଲିଶାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ରାଉରକେଲା ସରକାରୀ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ବଣାଇରୁ ରଞ୍ଜିତ ଚୌଧୁରୀ

Sundargarh Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe