Advertisment

କୁଏତରେ ଭୟଙ୍କର ଅଗ୍ନିକାଣ୍ଡ, ୪୦ ଭାରତୀୟ ଶ୍ରମିକ ମୃତ

କୁଏତର ଦକ୍ଷିଣାଞ୍ଚଳରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୦ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ଏହି କୋଠାରେ ମୁଖ୍ୟତଃ ଦେଶାନ୍ତରୀ ଶ୍ରମିକମାନେ ରହିଥାନ୍ତି। ଏହି ଅଗ୍ଦିକାଣ୍ଡରେ ଅନ୍ୟ ୩୦ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ଅବସ୍ଥା ଗୁରୁତର ରହିଛି।

Kuwait Fire Accident

Kuwait Fire Accident

Advertisment

କୁଏତର ଦକ୍ଷିଣାଞ୍ଚଳରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୦ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ଏହି କୋଠାରେ ମୁଖ୍ୟତଃ ଦେଶାନ୍ତରୀ ଶ୍ରମିକମାନେ ରହିଥାନ୍ତି। ଏହି ଅଗ୍ଦିକାଣ୍ଡରେ ଅନ୍ୟ ୩୦ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ଅବସ୍ଥା ଗୁରୁତର ରହିଛି।

Advertisment

ଏହି କୋଠାରେ ପ୍ରାୟ ୧୬୦ ଜଣ ଶ୍ରମିକ ରହୁଥିଲେ। ସମସ୍ତେ ପ୍ରାୟ ଭାରତୀୟ। ଭାରତୀୟ ରାଷ୍ଟ୍ରଦୂତ ଆଦର୍ଶ ସ୍ୱାଇକା ଆହତ ଶ୍ରମିକମାନଙ୍କୁ ଭେଟିଛନ୍ତି। ସେମାନେ ଅଲ୍‌ ଅଦାନ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସାଧୀନ ଭାରତୀୟ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଦୂତାବାସ ପକ୍ଷରୁ ଘୋଷଣା କରାଯାଇଛି।

ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡରେ ମୃତ ଭାରତୀୟ ଶ୍ରମିକମାନଙ୍କ ପରିବାରଙ୍କୁ ସେ ସମବେଦନା ଜଣାଇଛନ୍ତି ଓ ଦିବଙ୍ଗତ ଆତ୍ମାଙ୍କ ନିମନ୍ତେ ଶୋକ ପ୍ରକାଶ କରିଛନ୍ତି। ମୃତାହତ ଶ୍ରମିକମାନଙ୍କ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

Advertisment

ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ି ନାହିଁ। ତେବେ ଜଣେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ଏହି କୋଠାରେ ଯେତେ ଲୋକ ରହିବା କଥା ତାହାଠାରୁ ଯଥେଷ୍ଟ ଅଧିକ ଲୋକ ରହୁଥିଲେ। ସେଥିପାଇଁ ମଝିରେ ମଝିରେ ସେମାନଙ୍କୁ ଚେତାବନୀ ଦିଆଯାଉଥିଲା। ଏହି କୋଠାର ନାଁ ମାଙ୍ଗଫ୍‌ ବିଲ୍‌ଡିଂ।

କୁଏତର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ୍‌ ଫାହଦ ଅଲ୍‌ ୟୁସୁଫ ଅଲ୍‌ ସବାହ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମାଙ୍ଗଫ କୋଠାର ମାଲିକଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଶ୍ରମିକମାନଙ୍କୁ ସେଠାରେ ରଖାଇଥିବା କମ୍ପାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Accident India Fire Breakout Kuwait
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe