Advertisment

ପୋଲ ତଳକୁ ଖସିଲା ବସ୍‌, ୪୦ ଯାତ୍ରୀ ଗୁରୁତର

ମହାଦେବ ନାମକ ବସ୍‌ ସୁନାଖାଇ ପୋଲ ତଳକୁ ଖସିବାରୁ ୪୦ରୁ ଉର୍ଦ୍ଧ୍ୱ ବସଯାତ୍ରୀ ଗୁରୁତର ହୋଇଛନ୍ତି ।

Accident

Accident

Advertisment

ବୌଦ୍ଧ ଜିଲ୍ଲା ବାମଣ୍ଡା ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସନକ ଦୁର୍ଘଟଣା ଘଟିଛି। ମହାଦେବ ନାମକ ବସ୍‌ ସୁନାଖାଇ ପୋଲ ତଳକୁ ଖସିବାରୁ ୪୦ରୁ ଉର୍ଦ୍ଧ୍ୱ ବସ୍‌ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଶିଶୁ ଓ ବୃଦ୍ଧ ବି ରହିଛନ୍ତି।। ଗୁରୁତରଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Advertisment

ବସ୍‌ଟି ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ୬୦ରୁ ଉର୍ଦ୍ଧ ଯାତ୍ରୀ ନେଇ ଯାଉଥିଲା । ଏହି ସମୟରେ ବାମଣ୍ଡା ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। 

ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୁଲିସ୍‌ ଟିମ୍‌ ପହଞ୍ଚିଥିଲେ।  ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହୀନ ଦ୍ଵାରା ପ୍ରାୟ ୩ ଘଣ୍ଟାରୁ  ଊର୍ଦ୍ଧ୍ୱ ସମୟ ଜାରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି।

Advertisment

ଯାତ୍ରୀଙ୍କ କହିବା ଅନୁଯାୟୀ, ଗାଡ଼ି ଚଳାଉଥିବା ବେଳେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ। ଫଳରେ ସେ  ନିୟନ୍ତ୍ରଣ ହରାଇ ବସିବାରୁ ଗାଡ଼ିଟି ପୋଲ ତଳକୁ ଖସି ପଡ଼ିଥିଲା। 

ବସ୍‌ ଦୁର୍ଘଟଣା ପରେ ଡ୍ରାଇଭର ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ବୌଦ୍ଧ ପୁଲିସ ଘଟଣାସ୍ଥଳରେ ତଦନ୍ତ ଜାରୀ ରଖିଛି ।

Accident Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe