Advertisment

ଡବଲ୍‌ ବସ୍‌ ଦୁର୍ଘଟଣାରେ ଚାଲିଗଲା ୪୦ ଜଣଙ୍କ ଜୀବନ

ମୃତକଙ୍କ ମଧ୍ୟରେ ୧୧ ଜଣ ତୀର୍ଥ ଯାତ୍ରୀ ରହିଛନ୍ତି। ପାକିସ୍ତାନରେ ଘଟିଥିବା ଏପରି ଡବଲ ବସ୍‌ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।

Accident

Accident

Advertisment

ପୃଥକ ପୃଥକ ସ୍ଥାନରେ ୨ଟି ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪୦ ଜଣ ଲୋକ। ଏମାନଙ୍କ ମଧ୍ୟରେ ୧୧ ଜଣ ତୀର୍ଥ ଯାତ୍ରୀ ରହିଛନ୍ତି। ପାକିସ୍ତାନରେ ଘଟିଥିବା ଏପରି ଡବଲ ବସ୍‌ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।

Advertisment

ପ୍ରଥମ ଦୁର୍ଘଟଣାଟି ବାଲୋଚିସ୍ତାନର ମାକରନ ଉପକୂଳ ଜାତୀୟ ରାଜପଥରେ ଘଟିଛି। ୭୦ ଜଣ ତୀର୍ଥ ଯାତ୍ରୀ ଗୋଟିଏ ବସ୍‌ରେ ଇରାନରୁ ପଞ୍ଜାବ ପ୍ରଦେଶକୁ ଆସୁଥିଲେ। ଏମାନେ ସମସ୍ତେ ଶିହା ତୀର୍ଥଯାତ୍ରୀ। ବସଟି ପଞ୍ଜାବ ପ୍ରଦେଶ ଅଭିମୁଖେ ଆସୁଥିବା ବେଳେ ମାକରନ ଜାତୀୟ ରଥପଥରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଫଳରେ ୧୧ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ବସ୍‌ରେ ଥିବା ବାକି ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍‌ରେ ଲାହୋର ଓ ଗୁଜରନୱାଲାର ଅଧିକାଂଶ ଲୋକ ରହିଥିଲେ।

Advertisment

ଜିଲ୍ଲା କମିଶନର ଲାସବେଲା ହୁମାରିଆ ବାଲୋଚ କହିଛନ୍ତି ଯେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଦୁର୍ଘଟଣାର କାରଣ ଖୋଜା ଚାଲିଛି।

ଏହି ଦୁର୍ଘଟଣାର ପ୍ରାୟ ଘଣ୍ଟାଏ ପରେ ଆଉ ଗୋଟିଏ ଯାତ୍ରୀବାହୀ ବସ୍‌ ପଞ୍ଜାବ ପ୍ରଦେଶରେ ଖାଇକୁ ଖସି ପଡ଼ିଛି। ବସ୍‌ରେ ମୋଟ ୩୫ ଜଣ ଲୋକ ଥିବା ବେଳେ ଦୁର୍ଘଟଣାରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅଉ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ବସ୍‌ଟି ୩୫ ଜଣ ଲୋକଙ୍କୁ ନେଇ କାଭେଲି କହୁତାରୁ ରାୱଲପିଣ୍ଡି ଯାଉଥିଲା। ତେବେ ଅଧ ବାଟରେ ପଡ଼ୁଇଥିବା ପାନା ବ୍ରିଜ୍‌ ନିକଟରେ ବସ୍‌ରୁ ଡ୍ରାଇଭର ସମ୍ଭବତଃ ନିୟନ୍ତ୍ରଣ ହରାଇଥିଲା। ଫଳରେ ବସଟି ସିଧା ତଳେ ଥିବା ଖାଇରେ ପଡ଼ିଥିଲା। ଏଥିଯୋଗୁ ଘଟଣା ସ୍ଥଳରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାଟି ପାହାଡ଼ିଆ ଅଞ୍ଚଳରେ ଘଟିଥିବାରୁ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ ବିଳମ୍ବରେ ପହଞ୍ଚିଥିଲେ। ତେଣୁ ସ୍ଥାନୀୟ ଲୋକମାନେ ହିଁ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରୁ ମୃତାହତଙ୍କୁ ବାହାର କରିଥିଲେ।

କହୁତାର ଏସଏଚ୍‌ଓ ମହମ୍ମଦ ଜାକା କହିଛନ୍ତି, ଦୁର୍ଘଟଣାଟି ଆଜାଦ ପାଟ୍ଟନା ରୋଡରେ ଘଟିଛି। ପୁଲିସ୍‌, ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମୃତାହତଙ୍କୁ ବସ୍‌ରୁ ବାହାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ପଠାଯାଉଛି। କିଛି ଲୋକଙ୍କ ପରିଚୟ ମିଳିଛି।

Pakistan Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe