ବାହାନଗା ଦୁର୍ଘଟଣା: ଦେଢ଼ମାସ ପରେ ବି ଚିହ୍ନଟ ଅପେକ୍ଷାରେ ୪୧ ମୃତକ, ଡିଏନଏ ଟେଷ୍ଟ ନେଇ ରେଳବାଇ ନିରବ

ମୃତ ଯାତ୍ରୀଙ୍କ ମଧ୍ୟରୁ ୨୫୪ଜଣଙ୍କୁ ଚିହ୍ନଟ ପରେ ହସ୍ତାନ୍ତର କରାଯାଇଛି । ବାକି ୪୧ଜଣ ମୃତ ବ୍ୟକ୍ତିଙ୍କ ଚିହ୍ନଟ ହୋଇପାରିନାହିଁ ।

Bahanaga Train Accident PhotoOR

ବାହାନଗା ଟ୍ରେନ ଦୁର୍ଘଟଣା (ଫାଇଲ ଫଟୋ)

Ordigital Desk
  • Published: Friday, 21 July 2023
  • Updated: 21 July 2023, 06:38 PM IST

Sports

Latest News

ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ ଦେଢ଼ମାସରୁ ଅଧିକ ଦିନ ହେଲାଣି । ଏବେବି ୪୧ଜଣ ମୃତ ଯାତ୍ରୀଙ୍କ ଚିହ୍ନଟ ସମ୍ଭବପର ହୋଇପାରିନି । ଦୁର୍ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୨୯୫ ଛୁଇଁଥିବାବେଳେ ମୃତ ଯାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବର କାରଣ ଓ ଡିଏନଏ ଟେଷ୍ଟ ଦ୍ୱାରା ସମସ୍ତ ମୃତ ଯାତ୍ରୀଙ୍କ ଶବ ହସ୍ତାନ୍ତର ହୋଇଛି କି ନାହିଁ ସେ ସମ୍ପର୍କରେ ରେଳବାଇ ବିଭାଗ ନିରବ ରହିଛି । ତେବେ ଦୁର୍ଘଟଣାରେ ମୃତାହତଙ୍କୁ ଜୁଲାଇ ୧୬ତାରିଖ ସୁଦ୍ଧା ମୋଟ ୨୯.୪୯କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ବଂଟନ କରାଯାଇଛି ବୋଲି ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଆଜି ରାଜ୍ୟସଭାରେ ସାଂସଦ ଏମ୍ . ସାନମୁଗମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ୨୦୨୩ ଜୁନ୍ ୨ତାରିଖରେ ବାହାନଗା ଷ୍ଟେସନ ବଜାରଠାରେ ଦୁର୍ଭାଗ୍ୟଜନକ ଟ୍ରେନ ଦୁର୍ଘଟଣାରେ ମୋଟ ୨୯୫ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୬ଜଣ ଗୁରୁତର ଆହତ ଓ ୪୫୧ଜଣ ସାମାନ୍ୟ ଆହତ ହୋଇଥିଲେ । ୧୮୦ଜଣ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା । ମୃତ ଯାତ୍ରୀଙ୍କ ମଧ୍ୟରୁ ୨୫୪ଜଣଙ୍କୁ ଚିହ୍ନଟ ପରେ ହସ୍ତାନ୍ତର କରାଯାଇଛି । ବାକି ୪୧ଜଣ ମୃତ ବ୍ୟକ୍ତିଙ୍କ ଚିହ୍ନଟ ହୋଇପାରିନାହିଁ । ଜୁଲାଇ ୧୬ତାରିଖ ସୁଦ୍ଧା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ, ଗୁରୁତର ଆହତଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ବାବଦରେ ମୋଟ ୨୯.୪୯କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅନୁକମ୍ପା ରାଶି ସମେତ ରେଳବାଇ ମୃତକଙ୍କ ସମ୍ପର୍କୀୟ ଓ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର ଅବସ୍ଥା ଦେଖି କ୍ଷତିପୂରଣ ପ୍ରଦାନ କରିଛି ।

ରେଳବାଇ କ୍ଲେମ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯାଇଛି । ଦିଲ୍ଲୀସ୍ଥିତ ରେଳବାଇ କ୍ଲେମ୍ ଟ୍ରିବ୍ୟୁନାଲଙ୍କ ପ୍ରମୁଖ ଖଣ୍ଡପୀଠ ଅଧ୍ୟକ୍ଷ ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାକୁ ନିଜ ଆଡ଼ୁ ବିଚାରକୁ ନେଇ ୨୦୨୩ ଜୁନ୍ ୧୫ତାରିଖରେ ବିଭିନ୍ନ ଖଣ୍ଡପୀଠଙ୍କୁ ମିଳିଥିବା ମାମଲାର ତୁରନ୍ତ ଫଇସଲା ପାଇଁ ନ୍ୟାୟିକ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ୨୦୨୩ ଜୁଲାଇ ୧୩ତାରିଖ ସୁ୍‌ଧା ରେଳବାଇ କ୍ଳେମ ଟ୍ରିବ୍ୟୁନାଲଙ୍କ ବିଭିନ୍ନ ଖଣ୍ଡପୀଠଙ୍କୁ ମିଳିଥିବା ମୋଟ ୨୫୮ଟି ଅଭିଯୋଗ ଓ ଦାବି ମଧ୍ୟରୁ ୫୧ଟି ମାମଲାର ଫଇସଲା ଶେଷ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

Also Read

ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ ଅଧୀନସ୍ତ ରେଳବାଇ ନିରାପତ୍ତା କମିଶନର ବୈଧାନିକ ତଦନ୍ତ ଶେଷ କରିଛନ୍ତି । ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ିଛି । ବାହାନଗା ବଜାର ଷ୍ଟେସନର ଗେଟ୍ ନମ୍ବର-୯୪ଠାରେ ଥିବା ଲେଭଲକ୍ରସିଂ ନିକଟରେ ମରାମତି କାର୍ଯ୍ୟ ଯୋଗୁ ସିଗନାଲଜନିତ ତ୍ରୁଟି ହୋଇଥିଲା । ଆଉ ତ୍ରୁଟିପୂର୍ଣ୍ଣ ସିଗନାଲ ଯୋଗୁ ଏହି ଟ୍ରେନ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାର ତଦନ୍ତ ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସମେଂଟ ଆକ୍ଟ-୧୯୪୬ ଅନ୍ତର୍ଗତ ସିବିଆଇ ଦ୍ୱାରା କରାଯାଉଛି ।

ତେବେ ସାଂସଦ ଶ୍ରୀ ସନମୁଗମ ମୃତ ଯାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ନେଇ କରିଥିବା ପ୍ରଶ୍ନ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କିଛି ସୂଚନା ଦେଇନାହାନ୍ତି । ପରିବାର ବା ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର ହୋଇଥିବା ସମସ୍ତ ମୃତ ଯାତ୍ରୀଙ୍କୁ ଡିଏନ୍ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି କି, ଯଦି ହଁ ତା’ର ବିସ୍ତୃତ ତଥ୍ୟ ମାଗିଥିଲେ ମଧ୍ୟ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କିଛି ଉଲ୍ଲେଖ କରିନଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଦୁର୍ଘଟଣା ପରଠୁ ଭୁବନେଶ୍ୱରର ଏମସ ହସ୍ପିଟାଲର ଶବାଗାରରେ ଥିବା ୪୧ଜଣ ଯାତ୍ରୀଙ୍କ ଶବ ଏବେବି ପଡ଼ି ରହିଛି । କିଛି ଦାବିଦାରଙ୍କ ଡିଏନଏ ନମୂନା ସଂଗ୍ରହ ହୋଇଥିଲେ ବି ସେମାନଙ୍କ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି ବୋଲି ଏମସ ସୂତ୍ରରୁ ସୂଚନା ମିଳିଛି । । ଏକାଧିକ ଦାବିଦାର ଥିବାରୁ ଓଡ଼ିଶା ସରକାର ଏବେ ବିନା ଡିଏନଏ ରିପୋର୍ଟରେ ସେମାନଙ୍କ ଆତ୍ମୀୟସ୍ୱଜନଙ୍କୁ ଶବ ହସ୍ତାନ୍ତର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତିି । ନିଜ ଆତ୍ମୀୟଙ୍କ ଶବକୁ ନେବାକୁ ବାହାର ରାଜ୍ୟରୁ ଆସିଥିବା କିଛି ଲୋକ ଏବେବି ଭୁବନେଶ୍ୱର ଏମସ ପରିସରରେ ଡେରା ପକାଇଛନ୍ତି ଓ ନିଜ ଭାଗ୍ୟକୁ ଆଦରି ପଡ଼ି ରହିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story