Advertisment

Accident: ସାଉଦିରେ ଭୟଙ୍କର ସଡ଼କ ଦୁର୍ଘଟଣା: ୪୨ ଭାରତୀୟ ଉମ୍ରା ଶ୍ରଦ୍ଧାଳୁ ମୃତ

ଦୁର୍ଘଟଣା ପରେ ବସ୍‌ ଓ ଡିଜେଲ ବୋଝେଇ ଟ୍ୟାଙ୍କର୍‌ରେ ନିଆଁ ଲାଗି ଯାଇଥିଲା। ତେଣୁ କିଛି ଯାତ୍ରୀ ପୋଡ଼ି ହୋଇ ଓ ଆଉ କିଛି ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

Saudi

ଦୁର୍ଘଟଣା ବେଳର ଦୃଶ୍ୟ

Advertisment

ସାଉଦି ଆରବ(Saudi Arabia)ର ମୁଫରିହତରେ ଭୟଙ୍କର ସଡ଼କ ଦୁର୍ଘଟଣା। ମକ୍କାରୁ ମଦିନା ଯାଉଥିବା ଗୋଟିଏ ବସ୍‌ ସହ ଡିଜେଲ ବୋଝେଇ ଟ୍ୟାଙ୍କର୍‌ର ହୋଇଛି ଧକ୍କା। ଦୁର୍ଘଟଣା(Accident) ଏତେ ଭୟଙ୍କର ରହିଥିଲା ଯେ ୪୨ ଜଣ ଭାରତୀୟ ଉମ୍ରା ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର। 

Advertisment

ଦୁର୍ଘଟଣା ପରେ ବସ୍‌ ଓ ଡିଜେଲ ବୋଝେଇ ଟ୍ୟାଙ୍କର୍‌ରେ ନିଆଁ ଲାଗି ଯାଇଥିଲା। ତେଣୁ କିଛି ଯାତ୍ରୀ ପୋଡ଼ି ହୋଇ ଓ ଆଉ କିଛି ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୧୦ ମହିଳା ଓ ୧୦ ଜଣ ଶିଶୁ ମଧ୍ୟ ରହିଛନ୍ତି। 

ଘଟଣା ପରେ ସ୍ଥାନୀୟ ଅଧିକାରୀ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ରିଲିଫ ଅପରେସନକୁ ତ୍ୱରାନ୍ୱିତ କରିଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାରେ ଲାଗିଛନ୍ତି। ପ୍ରାଥମିକ ଯାଞ୍ଚ ଅନୁସାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୬ ଜଣ ହାଇଦ୍ରାବାଦର ବୋଲି ତେଲଙ୍ଗନା ମନ୍ତ୍ରୀ ଡି ଶ୍ରୀଧର ବାବୁ କହିଛନ୍ତି।

Advertisment

ତାଙ୍କ କହିବା କଥା ଯେ ମୃତକଙ୍କ ମଧ୍ୟରୁ ୧୬ ଜଣଙ୍କ ପରିଚୟ ମିଳିଛି। ସେମାନଙ୍କ ଘର ମାଲ୍ଲେପାଲ୍ଲୀ ଅଞ୍ଚଳର ବଜାରଘାଟରେ। ଅନ୍ୟମାନଙ୍କ ପରିଚୟ ଖୋଜା ଚାଲିଛି। ଏହି ଉମ୍ରା ଶ୍ରଦ୍ଧାଳୁମାନେ ନଭେମ୍ବର ୯ରେ ହାଇଦ୍ରାବାଦରୁ ଯାଇଥିଲେ।

ସେମାନେ ମକ୍କାରେ ଉମ୍ରା ପ୍ରାର୍ଥନା କରିବା ପରେ ମଦିନା ଫେରୁଥିଲେ। ଏହି ସମୟରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଦୁଘର୍ଟଣା ବେଳେ ବସ୍‌ରେ ଯାତ୍ରୀମାନେ ଶୋଇଥିଲେ। ତେଣୁ ସେମାନେ ଠିକଣା ସମୟରେ ବାହାରିବାକୁ ସକ୍ଷମ ହୋଇ ନଥିଲେ। ସମସ୍ତେ ଅଲ ମୀନା ଓ ଅଲ ମକ୍କା ଟ୍ରାଭେଲସ ଜରିଆରେ ସେଠାକୁ ଯାଇଥିଲେ। 

ରିୟାଦରେ ଥିବା ଭାରତୀୟ ଦୂତାବାସ ଓ ଜେଦାରେ ଥିବା କନ୍ସୁଲେଟ ପକ୍ଷରୁ ପ୍ରଭାବିତ ଲୋକଙ୍କ ପରିବାରକୁ ପୂର୍ଣ୍ଣ ସହାୟତା କରାଯାଉଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୂଚନା ଦେଇଛନ୍ତି। ସେ ଘଟଣାରେ ସ୍ତବ୍ଧ ହେବା ସହ ମୃତକଙ୍କ ପରିବାରୁ ସମବେଦନା ଜଣାଇଛନ୍ତି। ରିୟାଦରେ ଥିବା ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। 

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ମୁଖ୍ୟ ଶାସନ ସଚିବ କେ ରାମକୃଷ୍ଣ ଓ ଡିଜିପି ଶିବାଧର ରେଡ୍ଡୀଙ୍କୁ ପୀଡ଼ିତଙ୍କ ତଥ୍ୟ ହାସଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇଦ୍ରାବାଦ(Hyderabad) ସାଂସଦ ଅସାଦୁଦ୍ଦିନ ଓୱେସୀ କେନ୍ଦ୍ର ସରକାରଙ୍କ ତୁରନ୍ତ ପଦକ୍ଷେପ ଲୋଡ଼ିଛନ୍ତି। 

Accident Hyderabad Saudi Arabia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe