Advertisment

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲା ପୁଲିସ ବାବୁଙ୍କ ସ୍କର୍ପିଓ

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓଟି ଜଣେ ପୁଲିସ ଅଧିକାରୀଙ୍କର ବୋଲି ଜଣାଯାଇଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲା ପୁଲିସ ବାବୁଙ୍କ ସ୍କର୍ପିଓ। ଡ୍ରାଇଭରର ଗାଡ଼ି ଚାଳନାକୁ ଦେଖି ରାସ୍ତାରେ ଯାଉଥିବା ଲୋକେ ଜୀବନବିକାଳେ ଦୌଡ଼ି ପଳାଇଥିଲେ। କିଛି ସମୟ ପାଇଁ ରାସ୍ତା ପାଲଟିଯାଇଥିଲା ଜନଶୂନ୍ୟ। ଆଉ ଶେଷରେ ଉତ୍ତ୍ୟକ୍ତ ଲୋକେ ସ୍କପିଓ ଡ୍ରାଇଭରକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୁଲିସ୍‌ ଜିମାରେ ଦେଇଥିଲେ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ମିଶନ ରୋଡରେ।

Advertisment

ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତାରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଡ୍ରାଇଭରକୁ ଅଟକ ରଖିଛି। ସ୍କର୍ପିଓ ଡ୍ରାଇଭର ଜଣଙ୍କ ହେଲେ ସେଲୁନ ମାଲିକ ଶଙ୍କରା ଶର୍ମା।

ଗତକାଲି ଶଙ୍କରା ସ୍କର୍ପିଓରେ ଦ୍ରୁତଗତିରେ ଆସି ଏକ ସୁନ୍ଦରଗଡ଼ କଲେଜ ସମ୍ମୁଖରେ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ସେହି ରାସ୍ତାରେ ଯାଉଥିବା ୩ଜଣ ବାଇକ ଓ କାରକୁ ଧକ୍କା ଦେଇଥିଲା। 

Advertisment

ତା’ ପରେ ଶଙ୍କରା ଗାଡ଼ି ନେଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା।ପରେ ଉତ୍ତ୍ୟକ୍ତ ଲୋକେ ଶଙ୍କରାକୁ କାବୁ କରି ନିର୍ଧୁମ ଛେଚିଥିଲେ। ପରେ ପୁଲିସ ଜିମାରେ ଦେଇଥିଲେ।

ଶଙ୍କରାର ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଉଛି। ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓଟି ଜଣେ ପୁଲିସ ଅଧିକାରୀଙ୍କର ବୋଲି ଜଣାଯାଇଛି। ଗାଡ଼ିରେ ଆଗରେ ପୁଲିସ ଲେଖାଯାଇଛି। ପୁଲିସ ଶଙ୍କରାକୁ ଅଟକ ରଖି ପଚରାଉରା କରୁଛି।

Roadaccident Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe