Advertisment

ଘାଟିରେ ଓଲଟିଲା ଟିପ୍ପର; ୫ ଶ୍ରମିକ ମୃତ, ୭ ଗୁରୁତର

ଟିପ୍ପରରେ ଲୁହା ରଡ଼, ସିମେଣ୍ଟ ବୋଝେଇ ହୋଇଥିବା ବେଳେ ତାହା ଉପରେ ୧୦ରୁ ଅଧିକ ଶ୍ରମିକ ବସିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ହନ୍ତାଲଗୁଡ଼ା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ରଡ଼, ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଟିପ୍ପର ତଳେ ୨ ଜଣ ଚାପି ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି।

Advertisment

ଆଜି ସକାଳେ ଏକ ଟିପ୍ପର ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା। । ଟିପ୍ପରରେ ଲୁହା ରଡ଼, ସିମେଣ୍ଟ ବୋଝେଇ ହୋଇଥିବା ବେଳେ ତାହା ଉପରେ ୧୦ରୁ ଅଧିକ ଶ୍ରମିକ ବସିଥିଲେ।

ମାତ୍ର ଟିପ୍ପରଟି ଭାରସାମ୍ୟ ହରାଇ ହନ୍ତାଲଗୁଡ଼ା ଘାଟିରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୨ ଜଣ ଗାଡ଼ି ତଳେ ଚାପି ହୋଇ ରହିଛନ୍ତି। ଏହି ଦୁର୍ଘଟଣାରେ ୭ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

ଖବର ପାଇ ସ୍ଥାନୀୟ ଲୋକେ, ପୁଲିସ୍‌ ଓ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜଜିତ ଅଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଚାପି ହୋଇ ରହିଥିବା ୨ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି।

Malkangiri Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe