Advertisment

ଭୁଶୁଡ଼ିଲା ନିର୍ମାଣାଧୀନ କଲଭର୍ଟ ଛାତ; ୪ ଶିଶୁଙ୍କ ସମେତ ୫ ମୃତ

କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ତାହାର ଛାତ ପଡ଼ିଛି।

ଅଦ୍ୟତନ ହୋଇଛି
Damag

Damage

Advertisment

ଭୁଶୁଡ଼ିଲା ନିର୍ମାଣାଧୀନ କଲଭର୍ଟର ଛାତ। ଆଜି ସକାଳେ ଘଟିଥିବା ଏହି ଅଘଟଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି। ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଟିଛି ଏହି ଅଘଟଣ। ଏହି ଅଘଟଣ ଯୋଗୁ ଆଉ କିଛି ଲୋକ ଆହତ ହୋଇଥିବା ଜଣାଯାଇଛି।

Advertisment

କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ତାହାର ଛାତ ପଡ଼ିଛି। ଏହାପରେ ବର୍ଷା ଆରମ୍ଭ ହେବାରୁ କଲଭର୍ଟ କାମ ଅଟକି ରହିଥିଲା। ଉକ୍ତ କଲଭର୍ଟର ସେଣ୍ଟ୍ରିଂ ଏ ଯାଏ ବାହାରିନି ।

ଉକ୍ତ ନାଳ ଉପରେ ଆଖପାଖ ଲୋକେ ଗାଧୋଇବା ପାଇଁ ନିର୍ଭର କରିଥାନ୍ତି। ସବୁ ଦିନ ପରି ଆଜି ବି କିଛି ଲୋକ ଓ ଶିଶୁ ଉକ୍ତ ନାଳରେ ଗାଧୋଉଥିଲେ। ଏହି ସମୟରେ ୫ ଜଣଙ୍କ ଉପରେ କଲଭର୍ଟଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ଅଘଟଣ ଯୋଗୁ କିଛି ଆହତ ହୋଇଥିବା ବେଳେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ମିଳି ପାରିନି। ତେବେ ଘଟଣା ଘଟିବାର ବହୁ ସମୟ ପରେ ବି କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। 

Advertisment

ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧୀନ କଲଭର୍ଟଟି ଭୁଶୁଡ଼ି ପଡ଼ିବାରୁ ଅକାଳରେ ୫ ନିରୀହ ଜୀବନ ଚାଲି ଯାଇଛି। ଠିକାଦାରଙ୍କ ନିମ୍ନମାନର କାମ ହେତୁ ବହୁ ପରିବାର ଉଜୁଡ଼ି ଗଲା ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି। ୨ ଚକିଆ ଯାନ ସମେତ ଲୋକଙ୍କ ଯାତାୟତ ନିମନ୍ତେ ଏହି କଲଭର୍ଟ ନିର୍ମିତ ହୋଇଥିଲା। ମାତ୍ର କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏହା ଭୁଶୁଡ଼ିଗଲା।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହିତ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 

Rayagada Bridge Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe