Advertisment

ଟ୍ରାକ୍ଟର- ଡମ୍ଫର ମୁହାଁମୁହିଁ ଧକ୍କା, ଚାଲିଗଲା ୫ ଜୀବନ

ଏକ ଟ୍ରାକ୍ଟର ଓ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା ୫ ଜୀବନ ।

author-image
Niharika Rout
Accident

Accident

ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ସହପଉ ଥାନା ଅଞ୍ଚଳରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା ୫ ଜୀବନ । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଏକ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ ନିକଟସ୍ଥ ପୀଠ ସବୁ ଭ୍ରମଣ କରୁଥିଲେ। ସେମାନଙ୍କ ମଧ୍ୟରୁ ବହୁ ଜଣ ସମ୍ପର୍କୀୟ ଥିଲେ। ଗତକାଲି ଟ୍ରାକ୍ଟରଟି ସାଦାବାଦ ରୋଡ ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଲରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିଲା। ଏହି ଦୁର୍ଘଟଣା ଯୋଗୁ ରାସ୍ତାରେ ବହୁ ଲୋକ ଛିଟିକି ପଡ଼ିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଆଲିଗଡ଼ ଓ କିଛି ଜଣଙ୍କୁ ଆଗ୍ରା ରେଫର କରାଯାଇଛି।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଉଭୟ ଗାଡ଼ିକୁ ଜବତ କରି ଡ୍ରାଇଭରଙ୍କୁ ଖୋଜୁଛି। 

Uttar Pradesh Road Accident