Advertisment

ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା; ୫ ମୃତ

ମୃତକ ମଧ୍ୟରେ ସୋରଡ଼ା ବିଦ୍ୟୁତ ବିଭାଗରେ ଜଣେ ଲାଇନମେନ ଅନ୍ୟଜଣେ ହେଲପର ଥିବା ସୂଚନା ରହିଛି।

Roadaccident

Roadaccident

Advertisment

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନିକଟ କେଶରିପାଟଣା ଗାଁ ଡ୍ରାପ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତକ ମାନେ ହେଲେ ଗୋପାଳପୁର ଶାସନ ଗ୍ରାମର ମହେନ୍ଦ୍ର ନାୟକ, ସାନ ସୋରଡ଼ା ଗ୍ରାମର ରଜନୀ ଗୌଡ଼, ଅସୁରବନ୍ଧ ଗ୍ରାମର ଶ୍ରୀକାନ୍ତ ଗୌଡ଼, ଦୁଲାଡ଼ ଗ୍ରାମର ମନୋଜ ଡାକୁଆ ଓ ଜୟନ୍ତ ବାଡ଼ତ୍ୟା। ଗୁରୁତର ଦୁଲାଡ଼ର ପୂର୍ଣ୍ଣ ଗୌଡ଼ଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତି ପ୍ରାୟ୧୧ ଟା ସମୟରେ ପୂର୍ଣ୍ଣ, ମନୋଜ, ଶ୍ରୀକାନ୍ତ ତିନି ଜଣ ଗୋଟିଏ ବାଇକରେ ନିଜ ଗାଁ ଦୁଲାଡ଼ ଯାଉଥିଲେ। ଏହି ସମୟରେ ସମୟରେ ବିପରୀତ ଦିଗରୁ ଏକ ସ୍କୁଟିରେ ବସି ମହେନ୍ଦ୍ର, ରଜନୀ,ଜୟନ୍ତ ତିନିଜଣ ସୋରଡ଼ା ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଗ୍ନିଶମ ବାହିନୀ ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ସୋରଡ଼ା ମେଡ଼ିକାଲରେ ଭର୍ତି କରିଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ପୂର୍ଣ୍ଣ ଗୌଡ଼ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ବାଇକ ଓ ସ୍କୁଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। 

Advertisment

ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ମୃତକ ମଧ୍ୟରେ ସୋରଡ଼ା ବିଦ୍ୟୁତ ବିଭାଗରେ ଜଣେ ଲାଇନମେନ ଅନ୍ୟଜଣେ ହେଲପର ଥିବା ସୂଚନା ରହିଛି।

Ganjam Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe