Advertisment

କଣ୍ଟେନରକୁ ପିଟିଲା ଅଟୋ; ୫ ଆହତ

ଆଜି ସକାଳେ ଅଟୋଟି ମହିଳା ଶ୍ରମିକଙ୍କୁ ନେଇ ଯାଉଥିଲା।

author-image
Tapaswini Nayak
Road Accident

Road Accident

ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କୋତରି ଛକରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା କଣ୍ଟେନରକୁ ଅଟୋ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି।

Advertisment

ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଶ୍ରମିକ ଥିବା ବେଳେ ଜଣେ ଅଟୋ ଡ୍ରାଇଭର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।

ଆଜି ସକାଳେ ଅଟୋଟି ମହିଳା ଶ୍ରମିକଙ୍କୁ ନେଇ ଯାଉଥିଲା। କୋତରି ଛକରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନରକୁ ଅଟୋଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଦୁର୍ଘଟଣା ୪ ଜଣ ମହିଳା ଶ୍ରମିକ ସହ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ।

Advertisment

ସମସ୍ତଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ଅଟୋ ଡ୍ରାଇଭରର ଅବସ୍ଥା ଗୁରତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Khordha