/odisha-reporter/media/post_attachments/uploadimage/library/16_9/16_9_0/IMAGE_1698118970.jpg)
Road Accident
ଡିଭାଇଡରରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଜଧାନୀର ଭୁବନେଶ୍ୱରର ଉତ୍ତରା ଛକ ସିଫା ନିକଟରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ମଧ୍ୟରେ ରୋଗୀଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ଥିବା ଜଣାପଡ଼ିଛି।
Advertisment
ଗତକାଲି ରାତିରେ ଆମ୍ବୁଲାନ୍ସଟି ଗର୍ଭବତୀ ମହିଳାଙ୍କୁ ନେଇ ମେଡିକାଲ ନେଇଯାଉଥିଲା। ଏହି ସମୟରେ ଉତ୍ତରା ଛକ ସିଫା ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ପରେ ଆମ୍ବଲାନ୍ସଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଆହତ ମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ଆମ୍ବୁଲାନ୍ସ ଚାଳକ ମଦ ପିଇ ଗାଡ଼ି ଚଳାଇବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମାରେ ଦେଇଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
