Advertisment

ପିସିଆର ଭ୍ୟାନକୁ ସାଇଡ୍‌ ମାରି ଖସିଗଲେ ଗୋରୁ ମାଫିଆ: ୫ ପୁଲିସ ଆହତ

ଗତକାଲି ବିଳମ୍ବିତ ରାତିରେ ଦୁଇଟି ପିକଅପ୍‌ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ଖବର ପାଇଥିଲା ଢେଙ୍କାନାଳ ସଦର ଥାନା ପୁଲିସ।

Accident

Accident

Advertisment

ଗୋରୁ ମାଫିଆଙ୍କୁ ଧରିବାକୁ ଗୋଡ଼ାଇ ଥିଲା ୨ଟି ପିସିଆର ଭ୍ୟାନ୍। ଅଧବାଟରେ ପିସିଆର ଭ୍ୟାନକୁ ସାଇଡ୍‌ ମାରି ଖସିଗଲେ ଗୋରୁ ମାଫିଆ। । ଶେଷରେ ଏକ ପିସିଆର ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଢେଙ୍କନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେଲଟିକିରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାତି ପ୍ରାୟ ୨ଟା ସମୟରେ ଦୁଇଟି ପିକଅପ୍‌ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ଖବର ପାଇଥିଲା ଢେଙ୍କାନାଳ ସଦର ଥାନା ପୁଲିସ। ଯୋଜନା ମୁତାବକ ପୁଲିସ ଛକି ରହିଥିଲା। ବେଲଟିକିରି ରାସ୍ତାଦେଇ ପିକଅପ୍‌ ଭ୍ୟାନ ଗଲାବେଳେ ରାସ୍ତାରେ ଅଟକାଇଥିଲେ ପୁଲିସ କର୍ମଚାରୀ। ହେଲେ ଗୋରୁ ମାଫିଆ ଗାଡ଼ି ରଖିନଥିଲେ। ଗାଡ଼ି ନେଇ ଦ୍ରୁତଗତିରେ ପଳାଇ ଯାଇଥିଲେ। ୨ଟି ପିସିଆର ଭ୍ୟାନ୍ ପିକ୍‌ଅପ୍‌ ଭ୍ୟାନକୁ ପିଛା କରିଥିଲେ।

ବେଲଟିକିରି ଗାଁ ନିକଟରେ ଗୋରୁ ମାଫିଆଙ୍କ ଗାଡ଼ି ପିସିଆର ଭ୍ୟାନକୁ ସାଇଡ୍‌ ମାରି ଖସି ଯାଇଥିଲେ। ଫଳରେ ପିସିଆର ଭ୍ୟାନଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ୫ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Road Accident Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe