/odisha-reporter/media/post_attachments/uploadimage/library/16_9/16_9_0/IMAGE_1709355626.jpg)
Roadaccident
ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଗୋପିନାଥପୁର-ଦାଉଣୀ ରାସ୍ତାରେ ଆଜି ସକାଳେ ଦୁର୍ଘଟଣା ଘଟିଛି। ଏକ ଅଟୋ ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୌଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ଅଟୋଟି ୪ ଜଣ ଯାତ୍ରୀଙ୍କୁ ନେଇ ଗୋପୀନାଥପୁରରୁ ଆସୁଥିଲା। ଗୋପିନାଥପୁର-ଦାଉଣୀ ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଡ୍ରାଇଭର ସମେତ ୪ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି। ଅଟୋଟି ଦ୍ରୁତ ଗତିରେ ଆସୁଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
