Advertisment

ଘାଟିରେ ଓଲଟିଲା ପୁଲିସ୍‌ ବସ୍

ଆଜି ସକାଳେ ପୁଲିସ କର୍ମଚାରମାନେ ବନ୍ଦ ସ୍ଥଳକୁ ବସ୍‌ ଯୋଗେ ଯାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୁଲିସ୍‌ ବସ୍। ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାକାଞ୍ଜିପାଣି ଘାଟିରେ ଏହି ଦୁର୍ଘଟଣା ଘଟିଛି।   ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କର ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି।

Advertisment

ସମାକୋଇ ଜଳସେଚନପ୍ରକଳ୍ପକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବନ୍ଦ ତେଲକୋଇ ଡାକରା ଦିଆଯାଇଛି। ଆଜି ସକାଳେ ପୁଲିସ କର୍ମଚାରମାନେ ବନ୍ଦ ସ୍ଥଳକୁ ବସ୍‌ ଯୋଗେ ଯାଉଥିଲେ। ଏହି ସମୟରେ କାଞ୍ଜିପାଣି ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।  ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଚିକିତ୍ସା ପରେ ୫ ଜଣ ପୁଲିସ କର୍ମଚାରୀ ଡ୍ୟୁଟିରେ ଯୋଗ ଦେଇଥିବା ଜଣାଯାଇଛି। 

Kendujhar Road Accident