/odisha-reporter/media/post_attachments/uploadimage/library/16_9/16_9_0/Blast_1726279964.jpg)
Blast
ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଟେରାମ୍-ଗୁଡୁମ୍ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଛି। ଆହତ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ 153 ସିଆରପିଏଫର ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ। ଟେରାମ୍-ଗୁଡୁମ୍ ଗାଁ ନିକଟରେ ଥିବା ଜଙ୍ଗଲରେ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ। ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଚିନ୍ନାଗେଲୁର କ୍ୟାମ୍ପଠୁ ୫୦୦ ମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
