Advertisment

ମୁହାଁମୁହିଁ ପିଟି ହେଲେ ଟ୍ରକ୍‌ ଓ ବୋଲେରୋ; ଚାଲିଗଲା ୫ ଜୀବନ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ଏକ ଗାଁର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ମୁହାଁମୁହିଁ ପିଟି ହେଲେ ଟ୍ରକ୍‌ ଓ ବୋଲେରୋ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ଏକ ଗାଁର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏପରି ଏକ ଭୟଙ୍କର ଦୁର୍ଘଟଣା ରାଜସ୍ଥାନର ଚୂର ଜିଲ୍ଲାରେ ହୋଇଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଏକ ବୋଲେରୋରେ ପ୍ରାୟ ୧୫ ଜଣ ପାଖାପାଖି ଲୋକ ଥିବା ବେଳେ ସେମାନେ ହନୁମାନଗଡ଼ର ଏକ ଧାର୍ମିକ ସ୍ଥାନରୁ ଘରକୁ ଫେରୁଥିଲେ।

ସାଡାସର ଓ ସାବର ମଧ୍ୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ବୋଲେରୋକୁ ଜୋରରେ ପିଟିଥିଲା। ଏହି ଦୁର୍ଘଟଣାରେ କାର୍‌ରେ ଥିବା ୩ ମହିଳାଙ୍କ ସମେତ ଏକ ଛୋଟ ଛୁଆ ଓ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୬ରୁ ଅଧିକ ଲୋକ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତରଙ୍କ ମଧ୍ୟରେ ବହୁ ଶିଶୁ ଥିବା ବି ଜଣାଯାଇଛି।

Advertisment

ପୁଲିସ୍‌ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଏଥିସହ ଗାଡ଼ି ୨ ଟିକୁ ଜବତ କରିବା ସହ ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖିଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ବହୁ ସମୟ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା।

ରାଜସ୍ଥାନରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହା ଏବେ ଚିନ୍ତାର କାରଣ ପାଲଟିଛି। ଗତ ମଙ୍ଗଳବାର ଅଜମେର- ଚିତୌଡଗଡ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଏକ ଆମେରିକୀୟ ଦମ୍ପତି ତାଙ୍କ ପୁଅବୋହୂଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ବର୍ଷର ଛୁଆ ବଞ୍ଚି ଯାଇଛି।

Accident Dead Body