Advertisment

Accident: ଡିଭାଇଡରରେ ପିଟି ହେଲେ କଳା ରଙ୍ଗର ଥାର, ଚାଲିଗଲା ୬ ଜଣଙ୍କ ଜୀବନ

ଦୁର୍ଘଟଣାରେ ଥାରଟି ଛିନଛତ୍ର ହୋଇ ଯାଇଥିବା ବେଳେ ଏହା ମଧ୍ୟରେ ଥିବା ୬ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍‌ର କହିବା କଥା ଯେ ସମସ୍ତ ମୃତକଙ୍କ ହାତରେ ଗୋଟିଏ ପବର ରିଷ୍ଟବ୍ୟାଣ୍ଡ ରହିଥିଲା।

Thar

ଦୁର୍ଘଟଣା ଗ୍ରସ୍ତ ଥାର୍‌

Advertisment

ପୁଣିଥରେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି କଳା ରଙ୍ଗର ଥାର୍‌। ଶନିବାର ଭୋର ପ୍ରାୟ ୪.୩୦ରେ ଗୁରୁଗ୍ରାମ ଆଡ଼କୁ ଯାଉଥିବା ଗୋଟିଏ ଦ୍ରୁତଗାମୀ ଥାର ଜାତୀୟ ରାଜପଥରେ ଥିବା ଡିଭାଡର୍‌ରେ ପିଟି ହୋଇ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଛି।

Advertisment

ଦୁର୍ଘଟଣା(Accident)ରେ ଥାରଟି ଛିନଛତ୍ର ହୋଇ ଯାଇଥିବା ବେଳେ ଏହା ମଧ୍ୟରେ ଥିବା ୬ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍‌ର କହିବା କଥା ଯେ ସମସ୍ତ ମୃତକଙ୍କ ହାତରେ ଗୋଟିଏ ପବର ରିଷ୍ଟବ୍ୟାଣ୍ଡ ରହିଥିଲା। ଏଥିରୁ ସ୍ପଷ୍ଟ ଯେ ଏମାନେ ବିଳମ୍ବିତ ରାତି ଯାଏ ପାର୍ଟି କରିବା ପରେ ଗୁରୁଗ୍ରାମକୁ ଫେରୁଥିଲେ। ହେଲେ ଝାର୍ସା ଚୌକ ଠାରେ ଦୁର୍ଘଟଣାରେ ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି। 

ପୂରା ଘଟଣା ଜାତୀୟ ରାଜପଥ ୪୮ର ପ୍ରସ୍ଥାନ ୯ ନିକଟରେ ହୋଇଛି। ଦ୍ରୁତଗାମୀ ଥାରଟି ଗୁରୁଗ୍ରାମ ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଡରରେ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୩ ମହିଳା ଓ ୨ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିଲା। ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏମାନେ ଉତ୍ତର ପ୍ରଦେଶରୁ ଗୁରୁଗ୍ରାମକୁ କୌଣସି କାମରେ ଆସିଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଲିସ୍‌ କହିଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ ଥାରଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ିର କିଛି ଅଂଶ ମୃତଦେହ ଦୁର୍ଘଟଣା ସ୍ଥଳରୁ ପ୍ରାୟ ୧୦୦ ମିଟର ଦୂରତା ଯାଏ ଛିଟିକି ହୋଇ ପଡ଼ିଥିଲା।

ମୃତକମାନେ ହେଲେ ରାଏ ବରେଲୀର ପ୍ରତିଷ୍ଠା ମିଶ୍ରା, ବୁଲନ୍ଦଶହରର କପିଲ ମିଶ୍ରା, ଆଗ୍ରାର ଆଦିତ୍ୟ ପ୍ରତାପ ସିଂହ ଓ ହରିୟାଣା ସୋନିପତର ଗୌତମ। ତେବେ ବାକି ଦୁଇ ଜଣଙ୍କ ପରିଚୟ ଏଯାଏ ମିଳିନି। ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ମଧ୍ୟ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ଆସିଛନ୍ତି। ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଏବେ ପୁଲିସ୍‌ ଏହାର ତଦନ୍ତ କରୁଛି। 

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe