Advertisment

ରାସ୍ତାରେ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌; ୫ ଶ୍ରମିକ ମୃତ, ୨୫ ଗୁରୁତର

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୋକରିପଡା ନିକଟରେ ଓଲଟିଲା ଭ୍ୟାନ। ଗୁରୁତରଙ୍କୁ ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ୬୦ରୁ ଅଧିକ ଶ୍ରିମକ ଚାଷ କାମ କରି ଫେରିବା ବେଳେ ଦୁର୍ଘଟଣା।

ଅଦ୍ୟତନ ହୋଇଛି
Accident

Accident

Advertisment

ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ମଝି ରାସ୍ତାରେ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌। ଯାହାଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୋକରିପଡା ଛକରେ ଘଟିଛି। ସ୍ଥାନୀୟ ଲୋକ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ରେ ୬୦ ଜଣ ଶ୍ରମିକ ଥିଲେ। ସେଥିରେ ଅଧିକାଂଶ ମହିଳା।  

Advertisment

ବର୍ତ୍ତମାନ ଡାଳୁ ଧାନ ଚାଷ ହେଉଛି। ତେଣୁ ତଳି ରୋଇବା ପାଇଁ ଜୁନାଗଡ଼ ଥାନା ଆଟିଗାଁ ଓ ମିଚା ଗାଁର ୬୦ ଜଣ ଶ୍ରମିକ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଗୋଲାମୁଣ୍ଡା ବ୍ଲକ ବୋରଗୁଡ଼ା ଗ୍ରାମକୁ କାମ କରିବାକୁ ଆସିଥିଲେ। ଦିନ ସାରା କାମ କରିବା ପରେ ସନ୍ଧ୍ୟା ବେଳେ ଯେଉଁ ପିକ୍‌ଅପ୍‌ ଭ୍ୟାନ୍‌ରେ ଆସିଥିଲେ, ସେହିଥିରେ ଘରକୁ ଫେରୁଥିଲେ। ତେବେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଡୋକରିପଡା ଛକରେ କିପ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କୁ ଉଦ୍ଧାର କରି ଧର୍ମଗଡ଼ ଓ ଜୁନାଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏହି ଦୁଇ ମେଡ଼ିକାଲ୍‌ରେ ଆଉ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। 

Advertisment

ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Accident Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe