Advertisment

ଅଟୋ ଉପରେ ଚଢ଼ିଗଲା ହାଇୱା, ଗୋଟିଏ ପରିବାର ୫ ମୃତ

ବଗିଚାପଡ଼ାର ଗୋଟିଏ ପରିବାରର ୫ ଜଣ ଏକ ଅଟୋରେ ପିକ୍‌ନିକ କରିବା ପାଇଁ ତେଲେନଡିହି ନିକଟରେ ଥିବା ନଦୀ ପଠାକୁ ଯାଇଥିଲେ। ପିକ୍‌ନିକ୍‌ ସାରି ଅପରାହ୍ନରେ ଘରକୁ ଫେରୁଥିଲେ। ତେବେ ବିଚ୍‌ ରାସ୍ତାରେ ଅଟୋକୁ ସମ୍ମୁଖରୁ ଧକ୍କା ଦେଇଥିବା ଏକ ବାଲି ବୋଝେଇ ହାଇୱା।

ଅଦ୍ୟତନ ହୋଇଛି
Accident

Accident

Advertisment

ପିକ୍‌ନିକ ସାରି ଅଟୋରେ ଘରକୁ ଫେରୁଥିଲେ ଗୋଟିଏ ପରିବାର। ହେଲେ ବିଚ୍‌ ରାସ୍ତାରେ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

Advertisment

ସୁନ୍ଦରଗଡ଼ ସଦର ଥାନା ବଗିଚାପଡ଼ାର ଗୋଟିଏ ପରିବାରର ୫ ଜଣ ଏକ ଅଟୋରେ କିପ୍‌ନିକ କରିବା ପାଇଁ ଯାଇଥିଲେ। ପିକ୍‌ନିକ୍‌ ସାରି ସେମାନେ  ଅପରାହ୍ନରେ ଘରକୁ ଫେରୁଥିଲେ। ତେବେ ତିଲେନ୍‌ଡିହି ନିକଟରେ ବିଚ୍‌ ରାସ୍ତାରେ ସମ୍ମୁଖରୁ ଆସୁଥିବା ଏକ ବାଲି ବୋଝେଇ ହାଇୱା, ଅଟୋ ଉପରେ ଚଢ଼ି ଯାଇଥିଲା। ଅଟୋ ଉପରେ ଟ୍ରକ୍‌ ପଡ଼ିଯାଇଥିଲା। ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣ ହେଉଛନ୍ତି ମହିଳା। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଜଣେ ମହିଳା ଓ ଜଣେ ଶିଶୁଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଚମ୍ପଟ ମାରିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାଇୱା ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକ। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। 

Advertisment
Accident Roadaccident Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe