Advertisment

ଚାରିଧାମ ଟନେଲ ଟ୍ରାଜେଡି; ଫସିଛନ୍ତି ୫ ଓଡ଼ିଆ ଶ୍ରମିକ

ଉତ୍ତରକାଶୀରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଛି।

ଅଦ୍ୟତନ ହୋଇଛି
uttarakhand

uttarakhand

Advertisment

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଛନ୍ତି ୫ଜଣ ଓଡ଼ିଆ ଶ୍ରମିକ। ଭୁଶୁଡ଼ିଥିବା ଟନେଲ ଭିତରେ ଫସିଥିବା ୪୦ ଜଣ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ହୋଇଥିବା ସୂଚନା ରହିଛି। ଟନେଲରେ ଫସିଥିବା ୫ଜଣ ଓଡ଼ିଆଙ୍କ ପରିଚୟ ମିଳିଛି। ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ୱେଶ୍ୱର ନାୟକ, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ।

Advertisment

ଟନେଲ ଭୁଶୁଡ଼ିବା ପରେ ଗତକାଲିଠାରୁ ସମସ୍ତେ ଫସି ରହିଛନ୍ତି। ତେବେ ଟନେଲ ଭିତରେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (SDRF) ଏବଂ ପୁଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି।

ଗତକାଲି ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା।

Advertisment

ଉତ୍ତରକାଶୀରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଛି।

Tunnel Collapses In Uttarakhand Tunnel Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe