Advertisment

ସଡ଼କରୁ ଭାସି ଯାଉଥିଲେ ୫ ଜଣ, ସୌଭାଗ୍ୟକୁ ବଞ୍ଚିଗଲେ

ଜଳବନ୍ଦୀ ଜୀବନ ବିତାଉଥିବା ବାଲିଆପାଳ ବ୍ଲକ୍‌ ଜମକୁଣ୍ଡା ପଞ୍ଚାୟତ କୁହ୍ଲାଚଡ ଗାଁ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ ଆଜି ମଧ୍ୟ ୩ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି।

Balasore

Balasore

Advertisment

ଭୟଙ୍କର ସ୍ରୋତ ମୁହଁରୁ ଫେରିଲା ୫ ଜୀବନ। ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୪ ମହିଳା ଓ ଜଣେ ପୁରୁଣ। ୩ ଦିନ ପରେ ଆଜି ରାସନ ସାମଗ୍ରୀ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କରେ ଯାଉଥିବା ବେଳେ ପାଣି ସ୍ରୋତରେ ଭାସି ଯାଉଥିବା ବେଳେ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ। ଏପରି ଭୟଙ୍କର ଚିତ୍ର ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisment

ଜଳବନ୍ଦୀ ଜୀବନ ବିତାଉଥିବା ବାଲିଆପାଳ ବ୍ଲକ୍‌ ଜମକୁଣ୍ଡା ପଞ୍ଚାୟତ କୁହ୍ଲାଚଡ ଗାଁ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ ଆଜି ମଧ୍ୟ ୩ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ସେହି ପାଣିରେ କୁହ୍ଲାଚଡ ଗାଁ ୪ ଜଣ ମହିଳା ଓ ଜଣେ ପୁରୁଷ ପାଦ ଚିପିଚିପି ରାସନ ଆଣିବା ପାଇଁ ସିମୁଳିଆ ମାର୍କେଟକୁ ଯାଉଥିଲେ। ହେଲେ ମଝି ରାସ୍ତାରେ ସେମାନଙ୍କ ଭିତରୁ ଜଣେ ମହିଳାଙ୍କ ପାଦ ଖସି ଯାଇଥିଲା। ଜଣକୁ ଉଦ୍ଧାର କରିବାକୁ ଯାଇ ୫ ଜଣ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

ଚିତ୍କାର ଶୁଣି ସେଠାର ଉପସ୍ଥିତ ଥିବା ଉଦ୍ଧାରକାରୀ ଦଳ ପ୍ରଖର ସ୍ରୋତରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଭିତରୁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

Advertisment
Floodଭାସି ଯାଉଥିବା ବେଳେ ଉଦ୍ଧାରକାରୀ ଦଳ ଉଦ୍ଧାର କରୁଛନ୍ତି

ସୂଚନାରୁ ପ୍ରକାଶ, ମୌସୁମୀ ବର୍ଷା ଓ ଝାରଖଣ୍ଡରେ ହେଉଥିବା ପ୍ରବଳ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟାସ୍ଥିତି ଉପୁଜିଛି। ଗତ ୩ ଦିନ ହେଲା ଜଳେଶ୍ୱର, ଭୋଗରାଇ, ବାଲିପାଳ ଓ ବସ୍ତା ବ୍ଲକରେ ପ୍ରାୟ ୫୦ ପଞ୍ଚାୟତର ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଖାଇବା ପାଇଁ ପାଖରେ ଦାନା ନାହିଁ କି ପିନ୍ଧିବା ପାଇଁ କନା ନାହିଁ। ଗୋରୁ ଗାଈଙ୍କ କଥା ନକହିବା ଭଲ। ପାଣି ଭିତରେ ଜୀବନ ଅତିବାହିତ କରୁଛନ୍ତି। ତେଣୁ ଲୋକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ଯୋଗାଇ ଦିଆଯାଉଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Flood In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe