ଝିଅ ବିବାହ ପାଇଁ ସୁନା ଗହଣାଠାରୁ ଆରମ୍ଭ କରି ସମସ୍ତ ଆସବାବ ପତ୍ର ଘରେ କିଣି ରଖିଥିଲେ। ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଗଲା। ଅଳ୍ପ କିଛି ଦିନ ଝିଅ ବିବାହ ବାକି ଥିବା ବେଳେ କିପରି ଝିଅକୁ ଶାଶୂ ଘରକୁ ପଠାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ। ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରି ପଞ୍ଚାୟତ ଉତ୍ତର ସାହିରେ।
ଗତକାଲି ରାତିରେ ସମସ୍ତେ ଘରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁ ଶୀଘ୍ର ଚାରିଆଡେ ବ୍ୟାପିଯାଇଥିଲା। କିଛି ଘଣ୍ଟାର ଅକ୍ରାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସେତେବେଳକୁ ଅଗ୍ନିକାଣ୍ଡରେ ୩ ପରିବାରଙ୍କ ୫ ବଖରା ଘର, ଧାନ ଚାଉଳ, ଆସବାବପତ୍ର ପୋଡ଼ି ପାଉଶଁ ହୋଇ ଯାଇଥିଲା।
ଏହାସହ ଗାଈ ଗୁହାଳରେ ୩ଟି ଗାଈ ଗୁରୁତର ଆହତ ହୋଇଛନ୍ତି। କେଉଁ କାରଣ ପାଇଁ ଘରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।