Advertisment

ଝିଅର ବିବାହ ପାଇଁ ଜିନିଷ ପତ୍ର କିଣି ରଖିଥିଲେ, ଘରେ ନିଆଁ ଲାଗି ସବୁ ଜଳିଗଲା

ନିଆଁରେ ପୋଡ଼ି ହୋଇ ୩ଟି ଗାଈ ଗୁରୁତର ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
fire

fire

Advertisment

ଝିଅ ବିବାହ ପାଇଁ ସୁନା ଗହଣାଠାରୁ ଆରମ୍ଭ କରି ସମସ୍ତ ଆସବାବ ପତ୍ର ଘରେ କିଣି ରଖିଥିଲେ। ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଗଲା। ଅଳ୍ପ କିଛି ଦିନ ଝିଅ ବିବାହ ବାକି ଥିବା ବେଳେ କିପରି ଝିଅକୁ ଶାଶୂ ଘରକୁ ପଠାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ। ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରି ପଞ୍ଚାୟତ ଉତ୍ତର ସାହିରେ।

Advertisment

ଗତକାଲି ରାତିରେ ସମସ୍ତେ ଘରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁ ଶୀଘ୍ର ଚାରିଆଡେ ବ୍ୟାପିଯାଇଥିଲା। କିଛି ଘଣ୍ଟାର ଅକ୍ରାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସେତେବେଳକୁ ଅଗ୍ନିକାଣ୍ଡରେ ୩ ପରିବାରଙ୍କ ୫ ବଖରା ଘର, ଧାନ ଚାଉଳ, ଆସବାବପତ୍ର ପୋଡ଼ି ପାଉଶଁ ହୋଇ ଯାଇଥିଲା।

ଏହାସହ ଗାଈ ଗୁହାଳରେ ୩ଟି ଗାଈ ଗୁରୁତର ଆହତ ହୋଇଛନ୍ତି। କେଉଁ କାରଣ ପାଇଁ ଘରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

Advertisment
Fire Breakout Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe