/odisha-reporter/media/post_attachments/uploadimage/library/16_9/16_9_0/IMAGE_1710401321.jpg)
Road accident
ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋକୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଛକ ସ୍ଥିତ ରାଇସ ମିଲ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ଛାତ୍ରଛାତ୍ରୀମାନେ ଅଟୋ ଯୋଗେ ଆଦର୍ଶ ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ ଧାମନଗର ଛକ ସ୍ଥିତ ରାଇସ ମିଲ୍ ନିକଟରେ ବୀପରିତ ଦିଗରୁ ଆସୁଥିବା କାର୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ।
ପୁଲିସ କାର ଡ୍ରାଇଭରକୁ ଅଟକ ରଖିଛି। ଦୁର୍ଘଟଣାରେ କାରର ସମ୍ମୁଖ ଅଂଶ ଭାଙ୍ଗି ଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
