Advertisment

ବଜ୍ରପାତରେ ୫ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ ଆହତ

ଆଜି ଅପରାହ୍ନରେ ନିରାକାରପୁରରେ ପ୍ରବଳ ବଜ୍ରପାତ ହେବାରୁ ଲୋକେ ଭୟଭୀତ ହୋଇ ଘରେ ରହିଥିଲେ।

author-image
Jitendra Garnayak
Lighting

Lighting

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁରରେ ବଜ୍ରପାତରେ ୫ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ ଆହତ ହୋଇଛନ୍ତି। ସେମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ଅପରାହ୍ନରେ ନିରାକାରପୁରରେ ପ୍ରବଳ ବଜ୍ରପାତ ହେବାରୁ ଲୋକେ ଭୟଭୀତ ହୋଇ ଘରେ ରହିଥିଲେ। ଏହି ସମୟରେ ନିରାକାରପୁର କଲେଜ ଛକ ନିକଟରେ ଏକ କୋଚିଙ୍ଗ ସେଣ୍ଟର୍‌ରେ ପିଲାମାନେ ପଢୁଥିଲେ। ସେହି ସ୍ଥାନରେ ଥିବା ଏକ ଗଛକୁ ବିଜୁଳି ମାରିଥିଲ।। ତେବେ ଏହାର ପ୍ରଭାବ ଏତେ ଅଧିକ ଥିଲା ଯେ ତାହା ପିଲାମାନେ ପଢୁଥିବା ଘର ଭିତରକୁ ପ୍ରବେଶ କରିଥିଲା।

ବଜ୍ରପାତ ଆଘାତରେ ଟ୍ୟୁସନ ଶିକ୍ଷକ ଜଗନ୍ନାଥ ମଙ୍ଗରାଜଙ୍କ ସହିତ ଛାତ୍ରଛାତ୍ରୀ- ପ୍ରଭୁ ପ୍ରୀତମ ବେହେରା, ବଳରାମ ବେହେରା, ରତ୍ନାକର ଭୋଇ, ବର୍ଷା ରାଣୀ ବଳିଆରସିଂହ ଓ ବର୍ଷା ବାରିକ ଅଚେତ୍ ହୋଇ ଯାଇଥିଲେ।

Advertisment

ସଙ୍ଗେ ସଙ୍ଗେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କର ଚିକିତ୍ସା ଚାଲିଥିବାବେଳେ ସମସ୍ତଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି।

Lightning Death Lightning Strike