Advertisment

ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍‌

କାର୍‌ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।

accident

accident

Advertisment

ରାସ୍ତା କଡ଼ରେ ନିଜର ଗୋରୁ ଚରାଉଥିଲେ ୫ ଜଣ ମହିଳା। ଏହି ସମୟରେ ଗୋଟିଏ ଦ୍ରୁତଗାମୀ କାର ସେମାନଙ୍କ ଉପରେ ମାଡ଼ି ଯିବାରୁ ଘଟଣା ସ୍ଥଳରେ ସମସ୍ତ ୫ ମହିଳାଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁର ମାମାଲ୍ଲାପୁର ନିକଟସ୍ଥ ଜାତୀୟ ରାଜପଥରେ ଏପରି ଘଟଣା ଘଟିଛି।

Advertisment

କାର୍‌ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୃହପାଳିତ ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।

କାର ଭିତରେ ୪ ଜଣ କଲେଜ ଛାତ୍ର ଥିଲେ। ସେମାନେ ମାମାଲ୍ଲାପୁରକୁ ଆସୁଥିଲେ। ଏହି ସମୟରେ କାରର ବେଗ ଯଥେଷ୍ଟ ଅଧିକ ଥିଲା। ଫଳର ସ୍ୱରୂପ କାର ଚାଳକ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଗୋରୁ ଚରାଉଥିବା ମହିଳାମାନଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ।

Advertisment

ଘଟଣା ପରେ ଲୋକମାନେ ସେଠାରେ ଏକାଠି ହେବା ସହ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ କାବୁ କରି ପ୍ରବଳ ପିଟିଥିଲେ। ଏହାପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଆଉ ୨ ଜଣଙ୍କୁ ଖୋଜୁଛି। କାର ଚାଳକଙ୍କ ପାଖରେ ବୈଧ ଲାଇସେନ୍ସ ରହିଛି। କିନ୍ତୁ ସେ ମଦ ନିଶାରେ ଗାଡ଼ି ଉପରକୁ ନିୟନ୍ତ୍ରଣ ହରାଇଥିଲେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି।

Accident Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe