Advertisment

ଟ୍ରକ୍‌ ଚକା ତଳେ ଚାପି ହୋଇଗଲା ୫ ବର୍ଷର ଶିଶୁ; ପୁଲିସ୍‌କୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ପୁଲିସ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ତ୍ୟକ୍ତ ଲୋକେ। ଫଳରେ ପୁଲିସ୍‌ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ପଳାଇଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Attack on Police

Attack on Police

Advertisment

ଟ୍ରକ୍‌ ଚକା ତଳେ ଚାଲିଗଲା ୫ ବର୍ଷୀୟ ଶିଶୁର ଜୀବନ । ଏହି ଦୁର୍ଘଟଣାରେ ବାପା, ଆଇ ବି ଗୁରୁତର ହେଲେ । ଏହାପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ବୁଝାଇବାକୁ ଯାଇଥିବା ପୁଲିସ୍‌ ହେଲା ଆକ୍ରୋଶର ଶିକାର। । ପୁଲିସ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ତ୍ୟକ୍ତ ଲୋକେ। ଫଳରେ ପୁଲିସ୍‌ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ପଳାଇଥିବା ଜଣାଯାଇଛି। ଏପରି ଏକ ଘଟଣା ଗତ ରାତିରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଘଟିଛି।

Advertisment

ଗତ କାଲି ରାତିରେ ଧୋବାଡିହାର ଜଣେ ବ୍ୟକ୍ତି ନିଜ ପୁଅ ପୀୟୂଷ ନାଏକ ଓ ଶାଶୁଙ୍କ ସହ ବାଇକ୍‌ରେ ଯଶୀପୁର ମେଡିକାଲ ଯାଉଥିଲେ। ସେଠାରେ ସମ୍ପର୍କୀୟ ଆଡମିଟ ହୋଇଥିବାରୁ ସେମାନେ ତାଙ୍କୁ ଦେଖିବାକୁ ଯାଇଥିଲେ। ମାତ୍ର ବିଧିରେ କିଛି ଅଲଗା ଲେଖାଥିଲା।

ସେମାନେ ୪୯ ନଂ ଜାତୀୟ ରାଜପଥର ରରୁଆଁ ଛକ ନିକଟରେ ଯାଉଥିବା ବେଳେ ପଛରୁ ଏକ ଗାଡ଼ି ସାଇଡ୍‌ ମାରିବାକୁ ପଡ଼ି ଯାଇଥିଲେ। ଉକ୍ତ ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ପିଲାଟି ଉପରେ ଚଢ଼ାଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇଥିବା ବେଳେ ତା’ ବାପା ଓ ଆଇ ଗୁରୁତର ହୋଇଛନ୍ତି।

Advertisment

ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଯଶୀପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ମୃତ୍ୟୁକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ତୁରନ୍ତ ଜାତୀୟ ରାଜପଥ ମରାମତି ଦାବିରେ ସ୍ଥାନୀୟ ଲୋକେ ଦ୍ଵାରା ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।

ଖବର ପାଇ ଘଟଣା ସ୍ଥଳରେ ଯଶୀପୁର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକେ ହଠାତ୍‌ ତାତି ଯାଇ ପୁଲିସ୍ ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଫଳରେ ପୁଲିସ୍‌ କର୍ମୀମାନେ ଘଟଣା ସ୍ଥଳରୁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ।

ତେବେ ଆଜି ପର୍ଯ୍ୟନ୍ତ ଏନେଇ ପୁଲିସ୍‌ କୌଣସି ମାମଲା ରୁଜୁ କରି ନ ଥିବା ବେଳେ ଏ ସମ୍ପର୍କରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଜଣା ପଡ଼ିଛି ।

ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିବା ବେଳେ ପୁଲିସର କୌଣସି ପ୍ରତିକ୍ରିୟା ମିଳିନି। 

Road Accident Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe