Advertisment

ଭୂସ୍ଖଳନରେ ଦବିଗଲା ଗାଁ; ମାଟି ତଳେ ୫୦ ପରିବାର, ୪ ମୃତ

ରାତି ଅଧରେ ଭୂସ୍ଖଳନରେ ଏକ ଗାଁ ଦବି ଯାଇଛି। ଏହି ଭୂସ୍ଖଳନ ଯୋଗୁ ଗାଁର ସମସ୍ତ ଘର ମାଟିରେ ମିଶି ଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
landslide

landslide

ମହାରାଷ୍ଟ୍ର ରାଇଗଡ଼ରେ ବର୍ଷା ବିତ୍ପାତ ଯୋଗୁ ଘଟିଛି ଅଘଟଣ । ରାତି ଅଧରେ ଭୂସ୍ଖଳନରେ ଏକ ଗାଁ ଦବି ଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବହୁ ଜଣଙ୍କ ପତ୍ତା ମିଳୁନି।

Advertisment

ଗତ କିଛି ଦିନ ଧରି ମହାରାଷ୍ଟ୍ରରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏପରି ସମୟରେ ଖାଲାପୁର ତହସିଲ ଅଧୀନ ଇର୍ଶଲୱାଡି ଗାଁରେ ଗତ ରାତିରେ ଭୂସ୍ଖଳନ ଘଟିଛି। ଏହି ଭୂସ୍ଖଳନ ଯୋଗୁ ଗାଁର ସବୁ ଘର ମାଟିରେ ମିଶି ଯାଇଛି।  

ଖବର ପାଇ ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେମାନେ ମାଟି ତଳୁ ୪ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଗାଁରେ ପ୍ରାୟ ୫୦ ପରିବାର ରହୁଥିବା ବେଳେ ଏବେବି ବହୁ ଲୋକଙ୍କ ପତ୍ତା ମିଳି ପାରି ନାହିଁ। ସେମାନେ ମାଟି ଭିତରେ ଫସି ରହିଥିବା ଜଣାଯାଇଛି।

Advertisment

ରାଇଗଡ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗାଁର ପ୍ରାୟ ସବୁ ଘର ମାଟି ତଳେ ଦବି ଯାଇଛି। ଚାରିଆଡ଼େ ମାଟି ଦବି ଥିବାରୁ ଉଦ୍ଧାର କାର୍ଯ୍ୟ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇ ଯାଇଛି।  ଏହି ଘଟଣା ପରେ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କାରେ ଆଖପାଖ ହସ୍ପିଟାଲଙ୍କୁ ଆଲର୍ଟ କରାଯାଇଥିବା ରାଇଗଡ଼ ଏସ୍‌ପି ସୂଚନା ଦେଇଛନ୍ତି।

ଭୂସ୍ଖଳନ ପରେ ଇର୍ଶଲୱାଡି ଗାଁରେ  ଉଦ୍ଧାର କାର୍ଯ୍ୟ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ଥିବା ବେଳେ ଆଜି ବି ମୁମ୍ବାଇରେ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟର ୧୦ ଜିଲ୍ଲାକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Maharashtra Landslide