Advertisment

ଗୁହାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ୫୦ରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ

ଗତକାଲି ରାତିରେ କେହି ଦୁର୍ବୃତ୍ତ ଭରତ ନାୟକଙ୍କ ଗୁହଳରେ ନିଆଁ ଲଗାଇ ଦେଇଥିଲା।

Fire

Fire

Advertisment

ଛେଳି ଗୁହାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ନିଆଁରେ ପୋଡ଼ି ଦଗ୍ଧ ହୋଇଗଲେ ୫୦ରୁ ଊର୍ଦ୍ଧ୍ୱ ଛେଳି। ଏଭଳି ଘଟଣା ଘଟିଛି ଘଟିଛି କଟକ ଜିଲ୍ଲା ଶିମିଳିପୁର ଗ୍ରାମ ପଞ୍ଚାୟତର ଚାରିଘରିଆ ଗ୍ରାମରେ।

Advertisment

ଗତକାଲି ରାତିରେ କେହି ଦୁର୍ବୃତ୍ତ ଚାରିଘରିଆ ଗାଁର ଭରତ ନାୟକଙ୍କ ଗୁହଳରେ ନିଆଁ ଲଗାଇ ଦେଇଥିଲା। ଗୁହାଳରୁ ଧୂଆ ବାହାରୁଥିବା ଦେଖି ଭରତ ଅଗ୍ନିଶମ ବହିନୀ ଖବର ଦେଇଥିଲେ। ଅଗ୍ନିଶମ ବହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ୫୦ ଅଧିକ ଛେଳି ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହାଛଡ଼ା ଅନେକ ଛେଳି ଆହତ ମଧ୍ୟ ହୋଇଛନ୍ତି।

ଭରତ ଛେଳି ବିକ୍ରି କରି ପରିବାର ପୋଷଣ କରନ୍ତି। ୫୦ଅଧିକ ନିଆଁରେ ପୋଡ଼ି ମରିଯିବା ପରେ କିପରି ପରିବାର ପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଭରତ। ସରକାର ତାଙ୍କୁ କିଛି କ୍ଷତିପୂରଣ ପ୍ରଦାନ କରନ୍ତୁ ସେ ଦାବି କରିଛନ୍ତି।

Advertisment
Cuttack Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe