Advertisment

ସଡ଼କ ଦୁର୍ଘଟଣାରେ ରାଜ୍ୟରେ ଦିନକୁ ଯାଉଛି ୧୫ ଜୀବନ, ଗତ ବର୍ଷ ୫,୪୬୭ ଜଣଙ୍କର ହୋଇଛି ମୃତ୍ୟୁ

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଓ ଗୁରୁତର ଆହତଙ୍କ ସଂଖ୍ୟାକୁ ଦେଖିଲେ ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶାର ସ୍ଥାନ ୧୩ରେ ରହିଛି।

author-image
Jitendra Garnayak
Accident

Accident

ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ଦିନକୁ ହାରାହାରି ୧୫ ଜଣଙ୍କ ମୃତ୍ୟୁ ଘଟୁଛି। ଗତବର୍ଷ ରିପୋର୍ଟକୁ ଦେଖିଲେ ଏହା ଜଣାପଡ଼ୁଛି। ଗତବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୫,୪୬୭ ଜଣ।

Advertisment

୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ୭.୬% ବଢ଼ିଛି। ସେହିପରି ରାଜ୍ୟରେ ଗୁରୁତର ଆହତଙ୍କ ହାର ରହିଛି ୪୬.୯%, ଯାହାକି ସର୍ବଭାରତୀୟ ହାର ଠାରୁ ଅଧିକ। ସାରା ଦେଶରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କ ହାର ରହିଛି ୩୬.୫%।

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଓ ଗୁରୁତର ଆହତଙ୍କ ସଂଖ୍ୟାକୁ ଦେଖିଲେ ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶାର ସ୍ଥାନ ୧୩ରେ ରହିଛି। ଦେଶରେ ପ୍ରତି ଘଣ୍ଟାରେ ହାରାହାରି ୫୩ଟି ସଡ଼କ ଦୁର୍ଘଟଣା ଘଟୁଛି। ସେହିପରି ପ୍ରତି ଘଣ୍ଟାରେ ଦେଶରେ ସଡ଼କ ଦୁର୍ଘଟଣାରେ ହାରାହାରି ୧୯ ଜଣଙ୍କ ଜୀବନ ଯାଉଛି। ୨୦୨୨ ସଡ଼କ ଦୁର୍ଘଟଣା ରିପୋର୍ଟରେ ଆସିଛି ଏଭଳି ତଥ୍ୟ ।

Advertisment

ଦିନକରେ ଦେଶରେ ୧୨୬୪ଟି ଦୁର୍ଘଟଣା ଘଟୁଥିବା ବେଳେ ୪୬୨ ଜଣକ ମୃତ୍ୟୁ ହେଉଛି। ୨୦୨୨ ରିପୋର୍ଟ ଅନୁଯାୟୀ ଗତ ବର୍ଷ ଦେଶରେ ମୋଟ ୪ ଲକ୍ଷ ୬୧ ହଜାର ୩୧୨ଟି ଦୁର୍ଘଟଣା ହୋଇଛି। ଏଥିରେ ୧ ଲକ୍ଷ ୬୮ ହଜାର ୪୯୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଲକ୍ଷ ୪୩ ହଜାର ୩୬୬ ଜଣ ଆହତ ହେଇଛନ୍ତି ।

୨୦୨୧ ତୁଳନାରେ ୨୦୨୨ରେ ଦେଶରେ ଦୁର୍ଘଟଣା ହାର ୧୧.୯% ବଢ଼ିଛି। ସେହିପରି ୨୦୨୧ ତୁଳନାରେ ମୃତ୍ୟୁ ହାର ୯.୪% ବଢ଼ିଥିବା ବେଳେ ଆହତ ହାର ୧୫.୩% ବଢ଼ିଛି। ୨୦୨୦-୨୧ ବର୍ଷରେ କୋଭିଡ ଯୋଗୁ ଦୁର୍ଘଟଣା ହାର କମ୍ ଥିଲା। ଦୁର୍ଘଟଣା ହାର ବୃଦ୍ଧି ଚିନ୍ତାର କାରଣ ସାଜିଛି।

Accident Road Accident