Advertisment

ନିଜ ଜାଲରେ ଫସିଗଲା ଚୀନର ପରମାଣୁ ଶକ୍ତି ସଂପନ୍ନ ବୁଡ଼ାଜାହଜ, ୫୫ ମୃତ!

ଡେଲି ମେଲ ଅନୁଯାୟୀ, ହଳଦିଆ ସାଗରରେ ବିଦେଶୀ ଜାହାଜକୁ ଫାନ୍ଦରେ ପକାଇବା ପାଇଁ ପ୍ରସ୍ତୁତ କରିଥିବା ଜାଲରେ ହିଁ ନିଜ ଫସିଯାଇଛନ୍ତି ଚୀନ ସୈନ୍ୟ।

ଅଦ୍ୟତନ ହୋଇଛି
 Representative Image

Representative Image

Advertisment

ଚୀନର ଆଣବିକ ବୁଡ଼ାଜାହାଜ ଦୁର୍ଘଟଣାର ଶିକାର। ହଳଦିଆ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ଚୀନ୍ ନୌସୈନିକ। ଏଥିରେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ୫୫ ଜଣ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବ୍ରିଟିଶ ଖବରକାଗଜ ଡେଲି ମେଲ ଏନେଇ ରିପୋର୍ଟ ପ୍ରକାଶ କରିଛି। 

Advertisment

ଡେଲି ମେଲ ଅନୁଯାୟୀ, ହଳଦିଆ ସାଗରରେ ବିଦେଶୀ ଜାହାଜକୁ ଫାନ୍ଦରେ ପକାଇବା ପାଇଁ ପ୍ରସ୍ତୁତ କରିଥିବା ଜାଲରେ ହିଁ ନିଜ ଫସିଯାଇଛନ୍ତି ଚୀନ ସୈନ୍ୟ। ବ୍ରିଟେନର ଏକ ବିଶ୍ୱସ୍ତ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ବୁଡ଼ାଜାହାଜର ଅମ୍ଳଜାନ ସିଷ୍ଟମ କାମ ନକରିବାରୁ ଚାଳକଙ୍କର ମୃତ୍ୟୁ ଘଟିଥିଲା। ଫଳରେ ନୌସୈନିକମାନେ ଏତେ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। 

କୁହାଯାଉଛି ଯେ, ଚାଇନାର PLA ନୌସେନାର ବୁଡ଼ାଜାହାଜ '093-417' ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ବୁଡାଜାହଜର କ୍ୟାପ୍ଟେନଙ୍କ ସମେତ ୨୧ ଜଣ ଅଧିକାରୀ ଥିଲେ। ବର୍ତ୍ତମାନ ସୁଦ୍ଧା ଏନେଇ ସରକାରୀ ଭାବେ ଚୀନ୍ କୌଣସି ସ୍ପଷ୍ଟୋକ୍ତି ଦେଇନାହିଁ। ଏପରିକି ଦୁର୍ଘଟଣାକୁ ମଧ୍ୟ ଅସ୍ୱୀକାର କରିଦେଇଛି। କ୍ଷତିଗ୍ରସ୍ତ ବୁଡ଼ାଜାହାଜ ପାଇଁ ଅନ୍ତର୍ଜାତୀୟ ସହାୟତା ପାଇଁ ଗ୍ରହଣ କରିବାକୁ ବି ମନା କରିଦେଇଛି ଚୀନ୍।

Advertisment

ବ୍ରିଟେନର ରିପୋର୍ଟରେ ବିସ୍ତୃତ ଭାବେ କୁହାଯାଇଛି ଯେ, ଏହି ଘଟଣା ଅଗଷ୍ଟ ୨୧ର। ହଳଦିଆ ସାଗରରେ ମିଶନ ଚଳାଇବା ସମୟରେ ବୁଡ଼ାଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାତି ପ୍ରାୟ 8.12ରେ ଦୁର୍ଘଟଣା ଘଟିଥିଲା। ଏଥିରେ ୨୨ ଜଣ ଅଧିକାରୀ, ୭ ଜଣ ଅଧିକାରୀ କ୍ୟାଡେଟ, ୯ ଜଣ ଜୁନିଅର ଅଫିସର ଏବଂ ୧୭ ଜଣ ନାବିକଙ୍କ ସମେତ ୫୫ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

ମୃତକଙ୍କ ମଧ୍ୟରେ କ୍ୟାପଟେନ କର୍ଣ୍ଣେଲ ଜୁ ୟୋଙ୍ଗ-ପେଙ୍ଗ ମଧ୍ୟ ଅଛନ୍ତି। ହେଲେ ଚୀନ୍ ଏପର୍ଯ୍ୟନ୍ତ ଏନେଇ କୌଣସି ସରକାରୀ ରିପୋର୍ଟ ପ୍ରକାଶ କରୁନାହିଁ। ବ୍ରିଟେନ ଦୁର୍ଘଟଣା ବାବଦରେ ଖୁଲାସା କରିଛି। 

China News Chinese Sailors Dead Chinese Submarine Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe