Advertisment

ପରେଡ କରୁଥିଲେ; ଅସୁସ୍ଥ ହୋଇପଡ଼ିଲେ ୫ ଛାତ୍ରୀ

ଆହତ ଛାତ୍ରୀମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 illness student

illness student

Advertisment

ପରେଡରେ ଭାଗ ନେବାବେଳେ ଅସୁସ୍ଥ ହୋଇ ପଡ଼ିଲେ ୫ ଜଣ ଛାତ୍ରୀ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପରେଡ 
ବେଳେ ଏପରି ଅଘଟଣ ଘଟିଛି। ଆହତ ଛାତ୍ରୀମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

Advertisment

ଆନନ୍ଦପୁର ବ୍ରିଜ ଛକ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପାଳିତ ହେଉଥିଲା। ଏହି ପରେଡରେ ବିଭିନ୍ନ ସ୍କୁଲର ପିଲାମାନେ ଅଂଶ ଗ୍ରହଣ କରିଥିଲେ।  ପରେଡ ଚାଲିଥିବା ବେଳେ ହଠାତ୍ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଛାତ୍ରୀମାନେ ଅସୁସ୍ଥ ହୋଇପଡ଼ି ଥିବା ଅନୁମାନ କରାଯାଉଛି। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କି ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Kendujhar Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe