Advertisment

5-T ସ୍କୁଲରେ ସିଲିଂ ଖସିଲା, ଅଳ୍ପକେ ବର୍ତ୍ତିଲେ ପିଲା

ଉନ୍ନତଜ୍ଞାନ କୌଶଳରେ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିଲା। ସବୁଦିନ ପରି ଗୁରୁବାର ପିଲାମାନେ ସ୍କୁଲ ଯାଇଥିଲେ। ବର୍ଷା ହେଉଥିବାରୁ ପିଲାମାନେ ଖେଳ ଛୁଟି ପରେ ଇ-ଲାବୋରେଟାରୀକୁ ଯାଉଥିଲେ। ଠିକ୍‌ ସେହି ସମୟରେ ଲାବୋରେଟାରୀ ସିଲିଂର କିଛି ଅଂଶ ଖସି ପଡ଼ିଥିଲା।

School

School

Advertisment

5-Tରେ ଅନ୍ତର୍ଭୁକ୍ତ କରାଯାଇ ୩୮ ଲକ୍ଷ ଟଙ୍କାରେ ହାଇସ୍କୁଲ୍‌ ନବୀକରଣ କରାଯାଇଥିଲା। ହେଲେ ବର୍ଷେ ଗଲାନି। ଇ-ଲାବୋରେଟାରୀରେ ସିଲିଂ ଖସି ପଡ଼ିଲା। ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରୁ ଆସିଛି ଏପରି ଖବର।

Advertisment

ଅନକାଡେଲି ଉଚ୍ଚ ବିଦ୍ୟାଳୟରେ ୧୯୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଠାରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏହି ସ୍କୁଲକୁ 5-Tରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ୨୦୨୨ ମସିହାରେ ବ୍ଲକ ପ୍ରଶାସନ ସ୍କୁଲ ନବୀକରଣ କାମ କରିଥିଲା। ଏଥିସହ ଇ-ଲାଇବ୍ରେରୀ, ଇ-ଲାବୋରେଟାରୀ, ୩ଟି ଡିଜିଟାଲ୍‌ କ୍ଲାସ୍‌ ରୁମ୍‌, ଶୌଚାଳୟ ଓ ସୌନ୍ଦର୍ଯ୍ୟକରଣ କାମ କରାଯାଇଥିଲା। ସେହି ବର୍ଷ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂରେ ଲୋକାର୍ପିତ କରିଥିଲେ।

ଲୋକାର୍ପଣ ପରେ ଉନ୍ନତଜ୍ଞାନ କୌଶଳରେ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିଲା। ସବୁଦିନ ପରି ଗୁରୁବାର ପିଲାମାନେ ସ୍କୁଲ ଯାଇଥିଲେ। ବର୍ଷା ହେଉଥିବାରୁ ପିଲାମାନେ ଖେଳ ଛୁଟି ପରେ ଇ-ଲାବୋରେଟାରୀକୁ ଯାଉଥିଲେ। ଠିକ୍‌ ସେହି ସମୟରେ ଲାବୋରେଟାରୀ ସିଲିଂର କିଛି ଅଂଶ ଖସି ପଡ଼ିଥିଲା। ସୌଭାଗ୍ୟକୁ ପିଲାଙ୍କ ଉପରେ ସିଲିଂ ପଡ଼ିନଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରଛାତ୍ରୀ। ତେଣୁ ପିଲାମାନେ ଲାବୋରେଟାରୀ ଭିତରକୁ ନଯାଇ ପଳାଇ ଆସିଥିଲେ। ବର୍ତ୍ତମାନ ସେହି ଗୃହରେ ତାଲା ଝୁଲୁଛି। ଆଜି ପର୍ଯ୍ୟନ୍ତ ଲାବୋରେଟାରୀ ସିଲିଂ ମରାମତି କରାଯାଇ ନାହିଁ। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ଅଭିଯୋଗ ହୋଇଛି।

Advertisment

ସେପଟେ ପ୍ରଶାସନ ପକ୍ଷରୁ କୁହାଯାଇଛି, ଏବେ କୋରାପୁଟ ଜିଲ୍ଲାରେ ଲଗାତାର ଭାବେ ବର୍ଷା ହେଉଛି। ବର୍ଷା କମିଲେ ମରାମତି କରାଯିବ।

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

School Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe