Advertisment

ଖାଲି ହୋଇଗଲା କୋଳ; ମା’ ଆଗରେ ଭାସିଗଲା ୫ବର୍ଷର ଝିଅ

ନଦୀ ତୁଠରେ ସୋନିକୁ ବସାଇ ମା’ ଗାଧୋଇବାକୁ ଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Drowning

Drowning

ନଦୀରେ ବୁଡ଼ି ୫ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ଗାଁରେ। ମୃତ ଶିଶୁକନ୍ୟାର ନାଁ ସୋନି।

Advertisment

ଆଜି ସକାଳେ ସୋନିଙ୍କ ମା’ ନଦୀକୁ ଗାଧୋଇବାକୁ ଯାଇଥିଲେ। ସୋନି ବି ତାଙ୍କ ସହ ଆସିଥିଲା। ନଦୀ ତୁଠରେ ସୋନିକୁ ବସାଇ ମା’ ଗାଧୋଇବାକୁ ଯାଇଥିଲେ। ମା’ ଗାଧୋଉଥିବା ବେଳେ ସୋନି ନଦୀକୁ ପଳାଇ ଆସିଥିଲା, ପାଣିରେ ଭାସିଯାଇଥିଲା। ସୋନି ଭାସିଯାଉଥିବା ଦେଖି ତାଙ୍କ ମା’ ଚିତ୍କାର କରିଥିଲେ। ସୋନି ମା’ଙ୍କ ପାଟି ଶୁଣି ସମସ୍ତେ ଦୌଡ଼ି ଆସିଥିଲେ।

ପରେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକ ଓ ଡଙ୍ଗାଚାଳକ ନଦୀରେ ସୋନିଙ୍କୁ ଖୋଜାଖୋଜି କରିଥିଲେ। କିଛି ସମୟ ଖୋଜିଖୋଜି କରିବା ପରେ ସୋନିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ସୋନିଙ୍କୁ ମୃତ ଘୋଷଣା କରିଥିଲେ। ସୋନିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Jajpur