/odisha-reporter/media/post_attachments/uploadimage/library/16_9/16_9_0/Accident_1700404162.jpg)
Accident
ରାଜଚସ୍ଥାନର ଚୁରୁ ଜିଲ୍ଲାରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ସହିତ ପୁଲିସ୍ ଅଧିକାରୀଙ୍କୁ ନେଇ ଯାଉଥିବା କାର୍ର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୬ ଜଣ ପୁଲିସ୍ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହି ପୁଲିସ୍ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝୁନଝୁନ ରାଲିର ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। ସମସ୍ତେ କାର୍ ଯୋଗେ ନାଗପୁରରୁ ରାଲି ହେବାକୁ ଥିବା ସ୍ଥାନକୁ ଯାଉଥିଲେ। କିନ୍ତୁ ଅଧା ବାଟରେ ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣା ରବିବାର ଭୋର ସମୟରେ ଘଟିଛି। ପୁଲିସ୍ ଅଧିକାରୀମାନେ ଚୁରୁ ଜିଲ୍ଲାର ବାଘସରା ଗାଁର ଅତି ନିକଟରେ ପହଞ୍ଚି ଯାଇଥିଲେ। କିନ୍ତୁ ଗାଁ ଠାରୁ ମାତ୍ର ଅଳ୍ପ ଦୂରତାରେ ସେମାନଙ୍କ ଗାଡ଼ି ସାମ୍ନା ପଟୁ ଆସୁଥିବା ଟ୍ରକ୍କୁ ଧକ୍କା ଦେଇଥିଲା। ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୁଲିସ୍ ଅଧିକାରୀଙ୍କ ମହିନ୍ଦ୍ରା ଜାଇଲୋଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ସେହିପରି ଘଟଣାସ୍ଥଳରେ ହିଁ ୫ ଜଣ ପ୍ରାଣ ହରାଇଥିଲେ। ଏହାପରେ ଆଉ ୨ ଜଣଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଏବେ ବି ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
