Advertisment

ନୂଆବର୍ଷ ପାର୍ଟି ସାରି ଫେରୁଥିବା ବେଳେ ଅଘଟଣ, ୬ ମୃତ

ମୃତଦେହ ଗୁଡିକୁ କ୍ଷତିଗ୍ରସ୍ତ କାର୍‌ ଭିତରୁ କ୍ରେନ୍‌ ସାହାଯ୍ୟରେ ବାହାର କରାଯାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ନୂଆବର୍ଷରେ ଘଟିଲା ଅଘଟଣ। ନ୍ୟୁ-ଇୟର୍‌ ପାଟ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା କାର୍‌। ଡିଭାଇଡର୍‌ରେ ପିଟି ହୋଇ ଚାଲିଗଲା ୬ ଜଣଙ୍କ ଜୀବନ। ଝାଡ଼ଖଣ୍ଡର ଜାମଶେଦପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଜାମଶେଦପୁରର ବିଷ୍ଣୁପୁର ଥାନା ଅଞ୍ଚଳ ସର୍କିଟ ହାଉସ୍‌ ନିକଟ ଗୋଲ ଚକ୍କର ପାଖରେ ଏକ ଦ୍ରୁତ ଗତିରେ କାର୍‌ ଆସି ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଇଡର୍‌ରେ ପିଟି ହୋଇଥିଲା। ଏହାପରେ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କାର୍‌ରେ ଥିବା ୬ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।

ସ୍ଥାନୀୟ ଲୋକେ ସୂଚନା ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହ ଗୁଡିକୁ କ୍ଷତିଗ୍ରସ୍ତ କାର୍‌ ଭିତରୁ କ୍ରେନ୍‌ ସାହାଯ୍ୟରେ ବାହାର କରାଯାଇଛି। ସମସ୍ତ ମୃତକ ପରସ୍ପରର ଘନିଷ୍ଠ ବନ୍ଧୁ ଥିଲେ। ଏମାନେ ନୂଆବର୍ଷ ସେଲିବ୍ରେସନ ପାଳି ହୋଟେଲରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତଦନ୍ତରୁ ଜଣାପଡିଛି ଯେ, କାର୍‌ରେ ବସିଥିବା ସମସ୍ତେ ନିଶାଶକ୍ତ ଅବସ୍ଥାରେ ଥିଲେ। ଏମାନେ ସମସ୍ତେ ଆର୍‌ଆଇଟି ଥାନା ଅଞ୍ଚଳର କୁଲୁପ୍ତାଙ୍ଗା ବାସିନ୍ଦା ବୋଲି ଜଣାପଡିଛି।

Advertisment

କାର୍‌ରେ ମୋଟ ୮ ଜଣ ବ୍ୟକ୍ତି ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥଇବା ବେଳେ ଦୁଇ ଜଣ ଜୀବିତ ଅଛନ୍ତି। ଆହତ ଅବସ୍ଥାରେ ଏହି ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ପୁଲିସ କହିଛି।

Accident Jamshedpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe