Advertisment

ଟ୍ରକକୁ ପିଟିଲା କାର୍, ହରିଦ୍ୱାର ଯାଉଥିବା ୬ ଯାତ୍ରୀ ମୃତ

ଆଜି ସକାଳେ ୫୮ ନଂ ଜାତୀୟ ରାଜପଥ ମୁଜାଫରନଗରରେ ଘଟିଛି ଏହି ଦୁର୍ଘଟଣା।

author-image
Debibandita Barick
ଅଦ୍ୟତନ ହୋଇଛି
Accident Car

Accident Car

ଉତ୍ତର ପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା। ଟ୍ରକକୁ ଧକ୍କା ଦେବା ଫଳରେ କାରରେ ଯାଉଥିବା ୬ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ। 

Advertisment

ସୂଚନା ଅନୁସାରେ, ଆଜି ସକାଳେ ୫୮ ନଂ ଜାତୀୟ ରାଜପଥ ମୁଜାଫରନଗରରେ ଘଟିଛି ଏହି ଦୁର୍ଘଟଣା। ଏକ କାର୍ ଯୋଗେ ଛଅ ଜଣ ଯାତ୍ରୀ ଦିଲ୍ଲୀରୁ ହରିଦ୍ୱାର ଯାଉଥିଲେ। ଏହି ସମୟରେ ଏକ ଟ୍ରକକୁ ଧକ୍କା ଦେଇଥିଲା କାର୍। ଫଳରେ ସମସ୍ତ ଛଅ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍ ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

Advertisment
Accident Road Accident Death UP Accident