/odisha-reporter/media/post_attachments/uploadimage/library/16_9/16_9_0/GM_IRON_1693408127.jpg)
GM IRON
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଠାରେ ଥିବା ଜିଏମ ଆଇରନ ପ୍ଲାଣ୍ଟରେ ବିସ୍ପୋରଣ ଘଟି ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ଅପରାହ୍ନରେ ପ୍ଲାଣ୍ଟର ତିନି ନମ୍ବର ଫର୍ନେସରେ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ କମ୍ପାନୀ କର୍ତ୍ତୃପକ୍ଷ ପ୍ଲାଣ୍ଟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। ପରଜଙ୍ଗ ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
